ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆଜି ଉଡିବ ବିମାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଆଜିଠାରୁ ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ବିମାନ ଅପରାହ୍ନ ୩.୩୦ରେ ରାୟପୁରରୁ ଉଡ଼ାଣ ଭରି ୪.୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ ସଂଧ୍ୟା ୫.୨୦ରେ ଛାଡ଼ି ରାତି ୮.୨୦ରେ ଦିଲ୍ଲୀରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ ଏହି କାର୍ଗୋ ବିମାନ।