ସ୍କୁଲରେ ଶୋଇଛନ୍ତି ଦିଦି, ଭିଡିଓ ଭାଇରାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ସରକାର ଯେତେ ସଂସ୍କାର ଆଣିଲେ ମଧ୍ୟ ତାହା ଶତପ୍ରତିଶତ ସଫଳ ହୋଇପାରୁନି । ଶିକ୍ଷକ-ଶିକ୍ଷୟିତ୍ରୀମାନେ ବେଳେବେଳେ ନୈତିକତା ଭୁଲୁଥିବାରୁ ବଦନାମ ହେଉଛନ୍ତି। ପିଲାଙ୍କୁ ଶିକ୍ଷାଦାନ ବଦଳରେ ଯଦି ଶିକ୍ଷୟିତ୍ରୀ ସ୍କୁଲରେ ଶୋଉଥିବାର ଦେଖାଯାଏ, ତେବେ ସେଠାରେ ଶିକ୍ଷାର ମାନ କିପରି ଥିବ ଓ ପିଲାଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ, ତାହା ସହଜେ ଅନୁମେୟ। ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସ୍କୁଲ୍‌ ଭିତରେ ଶିକ୍ଷୟିତ୍ରୀ ଆରାମରେ ଶୋଇଥିବାର ଦେଖାଯାଇଛି।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲ ଭିତରେ ମଧ୍ୟାହ୍ନ ଭୋଜନ ଶିକ୍ଷୟିତ୍ରୀ ଜଣକ ସ୍କୁଲ ଭିତରେ ଆରାମରେ ତଳେ ଏକ ଗାମୁଛା ପକାଇ ଶୋଇ ନିଜ ଥକ୍କା ମେଣ୍ଟାଉଛନ୍ତି। ଉକ୍ତ ସମୟରେ ସ୍କୁଲ ଭିତରକୁ ଯାଇଥିବା ଜଣେ ଅଭିଭାବକ ଏହି ଭିଡିଓ ରେକର୍ଡ କରିଥିଲେ । ଶିକ୍ଷୟିତ୍ରୀଙ୍କ ଅବହେଳା ନେଇ ପୂର୍ବରୁ ମଧ୍ୟ ଗ୍ରାମବାସୀ ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Leave a comment