ଅଣ୍ଡର ୧୯ କ୍ରିକେଟ୍ ଟିମ୍ରେ ସ୍ଥାନ ପାଇଲେ ଜୁନିୟର ତେନ୍ଦୁଲକର

Related Posts
ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କ୍ରିକେଟ ଜଗତରୁ ଅବସର ନେବା ପରେ ବି କ୍ରିକେଟ ପ୍ରେମୀଙ୍କ ମନରେ ଆଜିବି ରାଜ୍ କରୁଛନ୍ତି । ଇତିମଧ୍ୟରେ ସଚିନ୍ଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକର ମଧ୍ୟ କ୍ରିକେଟ୍ ଜଗତରେ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି।
ଶ୍ରୀଲଙ୍କା ଗସ୍ତ ପାଇଁ ଅର୍ଜୁନଙ୍କୁ ଅଣ୍ଡର ୧୯ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ରେ ସାମିଲ କରାଯାଇଛି। ଏହି ଗସ୍ତରେ ଭାରତ ୨ଟି ୪ଦିବସୀୟ ମ୍ୟାଚ୍ ଖେଳିବ। ଏହି ଟିମ୍ର ଅଧିନାୟକତ୍ତ୍ୱ କରିବେ ଦିଲ୍ଲୀର ୱିକେଟ କିପର ବ୍ୟାଟ୍ସମ୍ୟାନ ଅନୁଜ ରୱତ। ଏହା ପୂର୍ବରୁ ଅର୍ଜୁନ ୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମ ମୁମ୍ବାଇ ଦଳରେ ସ୍ଥାନ ପାଇ ନିଜର କାମାଲ ଦେଖାଇସାରିଛନ୍ତି।