ବିଜେଡି ଓ ବୈଜୟନ୍ତ ବିଚ୍ଛିନ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାଂସଦ ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଗତ ଜାନୁଆରୀ ୨୪ରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଖୁବଶୀଘ୍ର ସାଂସଦ ପଦବୀରୁ ମଧ୍ୟ ସେ ଇସ୍ତଫା ଦେବେ ବୋଲି ଜଣାପଡିଛି। ଆଜି ବିଜୁ ଜନତା ଦଳ ସଭାପତିଙ୍କୁ ପତ୍ର ଲେଖି ଇସ୍ତଫା ଦେଇଛନ୍ତି।

ସେ ନବୀନଙ୍କୁ ୩ପୃଷ୍ଠା ବିଶିଷ୍ଟ ଇସ୍ତଫା ପତ୍ର ପଠାଇଛନ୍ତି। ଦଳ ପାଇଁ ସେ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅନୁଭବ କରି ଏହି ପଦକ୍ଷପ ନେଇଥିବା ପ୍ରକାଶ କରିଛନ୍ତି। ପିତା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ କୌଣସି ବିଜେଡ଼ି ନେତା ତାଙ୍କ ଶେଷଦର୍ଶନ କୁ ନଯାଇଥିବାରୁ ତାହା ତାଙ୍କ ମନରେ ଆଘାତ ସୃଷ୍ଟି କରିଛି ବୋଲି ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପରେ ସେ ବାଚସ୍ପତିଙ୍କୁ ଏସମ୍ୱନ୍ଧ ରେ ସୂଚନା ଦେବେ ବୋଲି ପ୍ରକାଶ କରିଛନ୍ତି।

Leave a comment