କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଭୋରରୁ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ କୋଣାର୍କ ଗ୍ରସ୍ତ, ପ୍ରସ୍ତୁତ ହେଲା ରୋଡ ମ୍ୟାପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଭୋରରୁ ୫ଟାରୁ ୫-ଟି ସଚିବ ଭି.କେ.ପାଣ୍ଡିଆନ, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷ୍ଣ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଗ୍ରସ୍ତ କରିଥିଲେ । ଭି.କେ.ପାଣ୍ଡିଆନ ଓ ସଚିବ ଡଃ କ୍ରିଷ୍ଣ କୁମାର କୋଣାର୍କ ମନ୍ଦିର ପରିଦର୍ଶନ କରିବା ସହ ଏହାର ଉନ୍ନତି କାରଣ ପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

କୋଣାର୍କ ମନ୍ଦିର ପରିଦର୍ଶନ ପରେ ସେମାନେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ଓ କୋଣାର୍କ ସଂଲଗ୍ନ ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ବୁଲି ଦେଖିବା ସହ ପାଣ୍ଡିଆନ ଓ ତାଙ୍କ ଟିମ ଚନ୍ଦ୍ରଭାଗା ପରିଦର୍ଶନ କରିବାକୁ ଯାଇଥିଲେ ।

ସୂଚନା ଅନୁଯାୟୀ, ଓଡ଼ିଶାର ସମସ୍ତ ବିଶ୍ୱପ୍ରସିଦ୍ଧ ସ୍ଥାନର ଉନ୍ନତି କରଣ କାର୍ଯ୍ୟ ୫ଟି ସଚିବ ଭି.କେ.ପାଣ୍ଡିଆନ ଅତ୍ୟନ୍ତ ଦାୟିତ୍ୱର ସହ ସମ୍ପାଦନ କରୁଛନ୍ତି । ପୁରୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଶ ଓ ବିଦେଶ ସମସ୍ତ ମହଲରୁ ପ୍ରଶଂସା ସାଉଁଟିବା ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ହାତକୁ ନେଇଥିଲେ ଯାହାକି ଅନେକ ବିରୋଧ ସତ୍ତ୍ୱେ ବର୍ତ୍ତମାନ ଏହାକୁ ସାଧାରଣ ଲୋକଙ୍କ ସହ ପର୍ଯ୍ୟଟକ ମଧ୍ୟ ପ୍ରଶଂସା କରୁଛନ୍ତି।

Leave a comment