ଓଡ଼ିଶାରେ ବ୍ଲାକ୍ ପାନ୍ଥର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ରେ ପ୍ରଥମ ଥର ପାଇଁ ଠାବ ହେଲା ବ୍ଲାକ୍ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳର ଗର୍ଜନପାହାଡ଼ ର ସଂରକ୍ଷିତ ଜଙ୍ଗଲ ରେ ଏକ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ଏହି ସୂଚନା ଡାଃ ସନ୍ଦୀପ ତ୍ରିପାଠୀ ଆଇ ଏଫ ଏସ,ପିସିସିଏଫ(ୱାଇଲ୍ଡ ଲାଇଫ) ଦେଇଛନ୍ତି।ଡାଃ ତ୍ରିପାଠୀ କହିଛନ୍ତି କି ଏହି ବାଘର ପାଦ ଚିହ୍ନ ବାରମ୍ବାର ବନ୍ୟଜନ୍ତୁ ଙ୍କ ପାଇଁ ଲଗାଯାଇଥିବା କ୍ୟାମେରା ରେ କଏଦ ହୋଇଛି।
କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏହି ବ୍ଲାକ୍ ପାନ୍ଥର ଥିବା ଜଣାପଡ଼ିଛି । ସାରା ବିଶ୍ବରେ ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠି ବ୍ଲାକ୍ ପାନ୍ଥର ଓ ମେଲାନିଷ୍ଟିକ ଟାଇଗର ଦେଖାଯାଇଛି ।