ମନ୍ତ୍ରୀ ନୁହେଁ ବାଣୀବିହାର ଛାତ୍ର ଭାବେ ପରିଚୟ ଦେଲେ ମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଉଚ୍ଚଶିକ୍ଷାର ଜନ୍ମସ୍ଥାନ ଭାବେ ପରିଚିତ ବାଣୀବିହାର ତାହାର ପ୍ଲାଟିନମ ଜୁବୁଲି ପାଳନ କରୁଛି । ଏହି ମହାକୁମ୍ଭରେ ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଅରୁଣ ସାହୁ ଅନ୍ୟତମ । ସେ ନିଜକୁ ମନ୍ତ୍ରୀ ଭାବେ ପରିଚୟ ଦେବା ବଦଳରେ ବାଣୀବିହାରର ପୂର୍ବତନ ଛାତ୍ର ଭାବେ ପରିଚୟ ଦେଇ ସେ ଗର୍ବ ଅନୁଭବ କରୁଛନ୍ତି ।

ସୂଚନା ଅନୁଯାୟୀ, ଏକଦା ବାଣୀବିବାରର ସଫଳ ସଭାପତି ଥିବା ଅରୁଣ ବର୍ତ୍ତମାନ ରାଜ୍ୟର ସଫଳ ଉଚ୍ଚଶିକ୍ଷା ମନ୍ତ୍ରୀ । ତେଣୁ ବାଣୀବିହାର ଦାୟିତ୍ୱ ତାଙ୍କ ହାତରେ । ବାଣୀବିହାର ପ୍ଲାଟିନମ ଜୁବୁଲି ଉତ୍ସବକୁ ସଫଳ କରିବାକୁ ଜଣେ ନିଷ୍ଠାପର ଛାତ୍ର ସଭାପତି ପରି ଫୁଲ ଦମ ଲଗାଇ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି । ରାଜନୀତିର ଉଦ୍ଧ୍ୱର୍କୁ ଉଠି ଉତ୍ସବରେ ଯୋଗ ଦେବାପାଇଁ ସମସ୍ତେ ସମ୍ମତି ପ୍ରକାଶ କରିଛନ୍ତି । ପ୍ଲାଟିନମ ଜୁବୁଲି କିଭଳି ସଫଳ ହେବ ସେଥିପାଇଁ ସମସ୍ତେ ଲାଗି ପଡିଥିବାବେଳେ ବାଣୀ ବିହାରରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ଆଉ ଏହି
ପରିବେଶକୁ ଅଧିକ ରଙ୍ଗୀନ କରିଛି ଅରୁଣଙ୍କ ବ୍ୟକ୍ତିଗତ ଯୋଗଦାନ ।

୧୯୪୩ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ତାହାର ପ୍ଲାଟିନମ ଜୁବୁଲିକୁ ଧୂମ୍‍ଧାମରେ କରୁଥିବାବେଳେ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଵ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଏଭଳି ସଂଯୋଗ କୌଣସି ଶିକ୍ଷାନୁଷ୍ଠାନ ପାଇଁ କେବଳ ବିରଳ ନୁହେଁ ଗର୍ବର ବିଷୟ ବୋଲି ବହୁ ପୁରୁଖା ଓ ବର୍ତ୍ତମାନର ଛାତ୍ର ମତ ଦେଇଛନ୍ତି ।

Leave a comment