ସ୍ମିତାରାଣୀ ମୃତ୍ୟୁର ନ୍ୟାୟ ପାଇଁ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି ମହିଳା ମୋର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମଶାଳା ବ୍ଳକ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପ୍ରମାଣିତ ହୋଇପାରି ନାହିଁ । ଅପରପକ୍ଷରେ ଯାଜପୁର ଏସପି ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା କହି ବିବାଦକୁ ଅଧିକ ଘନୀଭୂତ କରିଥିଲେ । ଏହି ସନ୍ଦେହଜନକ ମୃତ୍ୟୁ ଧୀରେ ଧୀରେ ରାଜନୈତିକ ରୂପ ନେଉଛି । ଯାଜପୁର ଏସପି ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବିରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ମହିଳା ମୋର୍ଚ୍ଚା ଧାରଣା ଦେଇଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରେସମିଟ କରି ପୂର୍ବରୁ ଏସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା ।

ଅପରପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗ୍ରାଉଣ୍ଡ ଜିରୋରେ ତଥ୍ୟ ଅନୁସନ୍ଧାନ କରିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ୍ତ ନାୟକ କହିଥିଲେ, ସ୍ମିତାରାଣୀ ମୃତ୍ୟୁ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭାକୁ ଅଚଳ କରାଯିବ ।

Leave a comment