ଗିରଫ ହେଲେ ପ୍ରମୋଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ୧୧ଟାରେ ପୋଲିସ ଉଠାଇ ନେଇଥିବା କେନ୍ଦ୍ରାପ଼ଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଶେଷରେ ଗିରଫ ହୋଇଛନ୍ତି । କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ ପ୍ରମୋଦଙ୍କୁ ବଣିଆମାଳସ୍ଥିତ ବାସଭବନରୁ ଉଠାଇନେଇ ଅଟକ ରଖିଥିଲା ।
ସୂଚନା ଅନୁଯାୟୀ, କେନ୍ଦ୍ରାପ଼ଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ନିଜ ଅଧିନସ୍ଥ ଜଣେ ମହିଳା କର୍ମଚାରୀଙ୍କ ସହ ନିଜ ଫାର୍ମହାଉସରେ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା କର୍ମଚାରୀ ଜଣକ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଏହାପରେ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବଂ ଜିଲ୍ଲାପାଳ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ କମିଟିକୁ ଦେଇଥିଲେ । ପିଡ଼ିତା ପ୍ରମୋଦଙ୍କ ଫୋନ କଲ ଓ ମେସେଜ ଆଦି ପ୍ରମାଣ ରୂପେ ପୋଲିସକୁ ଦେବାପରେ ଆଜି ପୋଲିସ ପ୍ରମୋଦଙ୍କୁ ଗିରଫ କରିଛି ।