ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚାଳଚଳ ବାଧା ପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ୬ଟାରୁ ବିଜେପି କର୍ମୀମାନେ ଜାରକା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ଓ ଯାଜପୁର ରୋଡ ଦଳା ଛକରେ ଏନ୍ଏଚ୍-୨୧୫କୁ ପିକେଟିଂ କରି ଅବରୋଧ କରିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।

ସେହିପରି ବିଜେପିର ଏକ ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟି ଯାଜପୁର ଏସପି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଯାଜପୁର ଏସପି ସରପଞ୍ଚଙ୍କ ସ୍ୱାମୀଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ସହ ତଦନ୍ତରେ ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ।

Leave a comment