ପୁରୀ ଲେଡି ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାଗୁ ଗୁରୁତର

ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର, ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତା ତରାକାଜ ଓଭରବ୍ରିଜ୍ ସାଇଡରେ ଗତକାଲି ବିଳମ୍ବିତ ରାତିରେ ତାଳବନିଆ ପୋଲିସ କରିଛି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାଗିରଥି ପ୍ରଧାନ ଓରଫ ଭାଗୁ ଆହତ ହୋଇଛି । ଭାଗୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅପରପକ୍ଷରେ ଘଟଣା ସ୍ଥଳରେ ଭାଗୁର ପାଲଟା ଆକ୍ରମଣରେ ତାଳବନିଆ ଥାନା ଅଧିକାରୀ ସୁଭଲଷ୍ମୀ ପୂଜାରୀଙ୍କ ବାମ ହାତରେ ଆଘାତ ଲାଗିଥିଲା ।