ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲକୁ ନେଇ ଚର୍ଚ୍ଚା
ଓଡିଶା ଫାଷ୍ଟ(ବ୍ୟୁରୋ): ଅନଗୁଳ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଅଭିଯୋଗ । ଅପେରା “ମାୟା ନଗରୀରେ” ଆଇଟମ ଗାର୍ଲ ସୋନାଲି ଷ୍ଟେଜକୁ ଆସିବା କ୍ଷଣି ହୁଇସିଲ ଏବଂ ଛୁଇଁବା ପାଇଁ ଉଠୁଛି ପଡୁଛି ଷ୍ଟେଜ ।

ସୂଚନା ଅନୁଯାୟୀ, ଅପେରା “ମାୟା ନଗରୀ” ରେ ସୋନାଲି ନାମକ ଜଣେ ଆଇଟମ ଗାର୍ଲକୁ ନେଇ ଚର୍ଚ୍ଚା ଜୋରଧରିଛି । ସୋନାଲି ହିନ୍ଦୀ ଓ ଓଡ଼ିଆ ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବାରେ ଲାଗୁଛି ।
କିଏ କିଏ ଟଙ୍କାରେ ବର୍ଷା କରୁଛନ୍ତି। କିଏ କିଏ ଛାତିରେ ଟଙ୍କା ମଧ୍ୟ ପୁରାଇ ଦେଉଛନ୍ତି । ସୋନାଲି ଆପତ୍ତି ଜନକ ପୋଷାକ ପିନ୍ଧୁଛନ୍ତି । ତେଣୁ କିଛି ଲୋକ ଏହି ନୃତ୍ୟକୁ ନାପସନ୍ଦ କରୁଛନ୍ତି । ସେମାନଙ୍କ କହିବା ମୁତାବକ, ଶସ୍ତା ସଫଳତା ଓ ଲୋକପ୍ରିୟତା ପାଇଁ ଯାତ୍ରା ଦଳମାନେ ନାରୀକୁ ଏଭଳି ବ୍ୟବହାର କରିବା ଠିକ ନୁହେଁ ଏହା ଉପରେ କକଣା ଲାଗିବା ଜରୁରୀ ।

ଯାତ୍ରାରେ ଏଭଳି ନୃତ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଚୁପ୍ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନୃତ୍ୟର ତାଳ ଲୟ ଅପେକ୍ଷା ଅଳ୍ପ ବସ୍ତ୍ର ଓ ଅଙ୍ଗ ପ୍ରଦର୍ଶନକୁ ଏହି ଯାତ୍ରା ନୃତ୍ୟରେ ପ୍ରାଧାନ୍ୟ ଦିଆଯାଇଛି । ପୂର୍ବରୁ ଅଶ୍ଳୀଳ ନୃତ୍ୟ ଯୋଗୁଁ ଖଣ୍ଡଗିରି ଯାତ୍ରାରେ ଯାତ୍ରା ସଚ୍ଚିଦାନନ୍ଦ ବଦନାମ ହେଲେ ମଧ୍ୟ ବ୍ୟବସାୟିକ ସଫଳତା ହାସଲ କରିଥିଲା । ତାକୁ ନଜରରେ ରଖି ଏବେ କିଛି ନୂଆ ଯାତ୍ରାଦଳ ସେଭଳି ପନ୍ଥା ଅବଲମ୍ବନ କରୁଥିବା କୁହାଯାଉଛି ।