କାରରେ ହେଲମେଟ ନପିନ୍ଧିଥିବାରୁ ଜୋରିମାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ମୋଟରଯାନ ଆଇନ ବଢ଼ାଇ ଦେଇଛି ଦେଶବାସୀଙ୍କ ଟେନସନ । କାହାକୁ କେଉଁ ମୁହୂର୍ତ୍ତରେ ଦେବାକୁ ହେବ ଜୋରିମାନା ତାହା କାହାକୁ ଜଣାନାହିଁ । ସେ ଜୋରିମାନା ବି କିଛି କମ ନୁହେଁ । କେଉଁଠି ଅଟୋ ଚାଳକଙ୍କୁ ଜୋରିମାନା ଦେବାକୁ ପଡିଛି ୫୨,୦୦୦ ଟଙ୍କା ତ କେଉଁଠି ଟ୍ରାକଟର ଚାଳକଙ୍କ ଚାଲାଣ କଟୁଛି ୫୯,୦୦୦ ତ ସ୍କୁଟି ଚାଳକଙ୍କୁ ଫାଇନ ଲାଗୁଛି ୨୩,୦୦୦ଟଙ୍କା । ଯାହାକୁ ନେଇ ସାଧାରଣ ଜନତା ଉତକ୍ଷିପ୍ତ ହେବାରେ ଲାଗିଲେଣି । ଏହି ସବୁ ଘଟଣା ମଧ୍ୟରେ କାଲି ବରେଲିର ଜଣେ କାର ଚାଳକଙ୍କ ପାଖରେ ପହଞ୍ଚିଥିବା ଚାଲାଣ ଉକ୍ତ ଗାଡି ଚାଳକ ସହ ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ କାର ଚାଳକଙ୍କ ପାଖରେ କାଲି ଏକ ଚାଲାଣ ଆସି ପହଞ୍ଚିଲା । ସେଥିରେ ସେ ହେଲମେଟ ନପିନ୍ଧି କର ଚଳାଉ ଥିବାରୁ ୫୦୦ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ଦେଖି କାର ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, ବରେଲିର ଅନିଜ୍ ନରୁଲା ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଅନଲାଇନ ଏକ ଚାଲାଣ ଆସି ପହଞ୍ଚିଥିଲା । ସେଥିରେ ଲେଖାଯାଇଥିଲା ସେ ବିନା ହେଲମେଟ ପିନ୍ଧି କାର ଚାଲିଥିବାରୁ ତାଙ୍କୁ ୫୦୦ ଜୋରିମାନା ଦେବାକୁ ହେବ । ଏଭଳି ଅଦ୍ଭୁତ ମେସେଜ ପାଇବା ପରେ ଅନିଜ୍ ଟ୍ରାଫିକ ପୋଲିସ ଥାନାକୁ ପଚାରିବାକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ କହିଲେ କି ସେ ବୋଧେ ସିଟ ବେଲ୍ଟ ନପିନ୍ଧି ଗାଡି ଚଳୁଥିବେ ତେଣୁ ଭୁଲରେ ସିଟବେଲ୍ଟ ବଦଳରେ ହେଲମେଟ ଚାଲାଣ କଟିଯାଇଛି ।

ଏହି ସବୁ ଚର୍ଚ୍ଚା ମଧ୍ୟରେ ସବୁଠାରୁ ମୁଖ୍ୟ ଚର୍ଚ୍ଚାର ବିଷୟ ହେଉଛି ଦେଶର ପ୍ରାୟ ସମସ୍ତ ସହରରେ ଏହି ନିୟମ ଲାଗୁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟର ସରକାର ଏହି ନିୟମ ଲାଗୁ କରିନାହାନ୍ତି । ଯାହାକି ଜନ ଅସନ୍ତୋଷର ଅନ୍ୟତମ କାରଣ ପାଲଟିଛି । ଦିନକୁ ଦିନ ତାହା ଉଗ୍ରରୂପ ଧାରଣ କରିବାରେ ଲାଗିଛି ।

Leave a comment