ମନ୍ଦିର ପୂଜକଙ୍କ କଳା କାରନାମା ଭିଡିଓ ଭାଇରାଲ
ମହିଳାଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କଲେ।
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ବରର
ଲଷ୍ମୀସାଗର ଅଂଚଳରେ ଜଣେ ମହିଳାଙ୍କୁ ନିଶାଦେଇ ବଳାତ୍କାର କରିବା ପରେ ଭିଡିଓ ଭାଇରଲ କରାଯାଇଛି। ଝାରପଡା ଅଞ୍ଚଳର ଜଣେ ପୂଜକ ସରୋଜ ଦାସ ଏଭଳି କରିଥିବା ମହିଳା ଥାନାରେ ଏତଲା ଦିଆଯାଇଛି।
ଘଟଣା କ୍ରମେ
ଝାରପଡା ଅଂଚଳରେ ଏକ ଦମ୍ପତି ଭଡାରେ ରହୁଛନ୍ତି। ତାଙ୍କ ଘର ନିକଟରେ ଥିବା ମନ୍ଦିରରେ ସରୋଜ ପୂଜକ ଭାବେ କାମ କରୁଛନ୍ତି। ମନ୍ଦିର ଯିବା ଆସିବା ସମୟରେ ପିଡିତା ମହିଳାଙ୍କ ସହ ପୂଜକଙ୍କ ସଂପର୍କ ଗଢି ଉଠିଥିଲା। ଏପରି କି ପୂଜକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ।
ଇତି ମଧ୍ୟରେ ପିଡିତାଙ୍କର ଜରୁରି ଟଙ୍କା ଦରକାର ପଡିବାରୁ ସେ ପୂଜକଙ୍କୁ ସୁନା ବନ୍ଧକ ରଖିବାକୁ କହିଥିଲେ। ଏଥିପାଇଁ ସେ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ପୂଜକ ତାଙ୍କୁ ନିଶା ଦେଇ ଆସିଲ ବିଡ଼ିଓ ସୁଟିଙ୍ଗ କରିଥିଲେ। ଏହି ଘଟଣାର ସେ ଭିଡ଼ିଓ ସୁଟିଙ୍ଗ କରି ପରେ ବ୍ଲାକମେଲ କରିଥିଲେ। ବାରମ୍ବାର ସେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ଭିଡ଼ିଓ ଭାଇରଲ କରିଥିଲେ। ଏହା ଜଣା ପଡିବା ପରେ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।