ଛାତ୍ର ନିର୍ବାଚନ ବାତିଲ ନିଷ୍ପତ୍ତିକୁ ଅଭିଭାବକଙ୍କ ସ୍ୱାଗତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ସରକାର ରେ ଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ଗୁରୁତ୍ୱ ଦେଉଥିବା ପ୍ରତିପାଦିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମନ୍ତ୍ରକୁ ମନ୍ତ୍ରୀ ଅରୁଣ ସାହୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । କିଛିଦିନ ତଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଛାତ୍ର ନିର୍ବାଚନକୁ ବାତିଲ କରିଦେଇଥିଲେ । କାରଣ ଛାତ୍ର ରାଜନୀତିରୁ ମନ୍ତ୍ରୀ ହୋଇଥିବା ଅରୁଣ ଭଲ ଭାବରେ ହୃଦୟଙ୍ଗମ କରୁଛନ୍ତି କି ଏହି ଛାତ୍ର ନିର୍ବାଚନ ଫଳରେ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ସମୟ ନଷ୍ଟ ହେଉଛି । ଯାହାର ପ୍ରଭାବ ସେମାନଙ୍କ କ୍ୟାରିଅର ଉପରେ ପଡୁଛି । ଏହି ନିର୍ବାଚନର ଫାଇଦା ଉଠାଇ କିଛି ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରି ମାରପିଟ ଠାରୁ ଆରମ୍ଭ କରି ବୋମାମାଡ଼ କରି କଲେଜ ପରିବେଶକୁ ନଷ୍ଟ କରୁଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ସବୁବେଳେ ଚିନ୍ତା ଦେଖିବାକୁ ମିଳୁଛି । ଗତ ନିର୍ବାଚନରେ କିଛି ଛାତ୍ର ନିଜ ପରିବାର ଲୋକଙ୍କୁ ଟଙ୍କା ଦେବାକୁ ବାଧ୍ୟ କରୁଥିବା ଖବର ସମ୍ନାକୁ ଆସିଥିଲା । ଯାହାକୁ ନେଇ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଏଥର ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଛାତ୍ର ସଂସଦ ନିର୍ବାଚନ ବାତିଲ ପଦକ୍ଷପକୁ ଅଭିଭାବକମାନେ ସ୍ୱାଗତ କରିଥିବା ସୂଚନା ମିଳିଛି ।

ସେହିପରି ଏହି ନିର୍ବାଚନ ଗୁଡିକରେ କଲେଜ ଓ ବିଶ୍ବବିଦ୍ୟାଳୟର ଅନେକ ଅର୍ଥ ଅଯଥାରେ ଖର୍ଚ୍ଚ ହୋଇଥାଏ । ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ରଛାତ୍ରୀଙ୍କ ପ୍ରାୟ ଦେଢ ଦୁଇ ମାସ ଧରି କଲେଜ ଓ ବିଶ୍ବବିଦ୍ୟାଳୟରେ ପାଠପଢା ବନ୍ଦ ହୋଇଯାଏ । ନିର୍ବାଚନ ପ୍ରଚାରରେ ମାତି ଛାତ୍ରଛାତ୍ରୀମାନେ କ୍ଲାସ କରନ୍ତି ନାହିଁ । କଲେଜ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଏହା ଅଘୋଷିତ ପିକନିକ ଭଳି । ତେଣୁ ନିଜ ଅନୁଭବରୁ ମନ୍ତ୍ରୀ ଅରୁଣ ସାହୁ ବିଶ୍ବବିଦ୍ୟାଳୟରେ ଶୈଖୀକ ବାତାବରଣ ସୃଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି । ଏହି କ୍ରମରେ ସେ ପ୍ରଥମେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅତି କମରେ ୭ ଘଣ୍ଟା କାମ କରିବେ ବୋଲି ନିର୍ଦ୍ଦେଶ ଜାରିକରିଥିଲେ । ଏହି ନିର୍ଦ୍ଦେଶ ଯଦିଓ ନୂଆ ନୁହେଁ, କିନ୍ତୁ ଏହାକୁ କୌଣସି କଲେଜ କି ବିଶ୍ବବିଦ୍ୟାଳୟରେ ଅଧ୍ୟାପକ କିମ୍ବା ଅଧ୍ୟାପିକାମାନେ ଏହାକୁ ମାନୁ ନଥିଲେ । ଗୋଟିଏ ଦୁଇଟି କ୍ଲାସ ପରେ କଲେଜ ପରିସରରେ ଅଧ୍ୟାପକଙ୍କ ଦେଖାମିଳେନି । ଯାହା ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢା ଉପରେ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ । ତେଣୁ ଶିକ୍ଷା ର ମାନରେ ଉର୍ଣ୍ଣତ୍ତି ଆଣିବାକୁ ଘରୋଇ ଶିକ୍ଷାନୁଷ୍ଠାନ ପରି ଅଧ୍ୟାପକ ଓ ଅଧ୍ୟାପିକାଙ୍କ କାମ ସମୟକୁ ୭ଘଣ୍ଟା ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି ।

Leave a comment