ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିପକ୍ଷରେ ପରାଜିତ ବିଜେଡ଼ି ପ୍ରାର୍ଥୀ ନନ୍ଦିନୀ ଦେବୀ ଅଭିଯୋଗ ଆଣିଥିବା ବେଳେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ ମାମଲା ଦାୟର କରିଛନ୍ତି ।

ସୂଚନା ଅନୁଯାୟୀ, ନନ୍ଦିନୀ ଦେବୀଙ୍କ ଅଭିଯୋଗ ମୁତାବକ ରମେଶ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅବମାନନା କରିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ଅପରାଧିକ ମାମଲା ଥାଇମଧ୍ୟ ରମେଶ ଗଣମାଧ୍ୟମରେ ଏହା ଜଣାଇନଥିବା ଅଭିଯୋଗ କରିବା ସହ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ କରିଛନ୍ତି ।

ସେହିପରି ରାଉରକେଲା ବିଧାୟକ ସାରଦା ନାୟକ ଅଫିସ ଅଫ ପ୍ରଫିଟ ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ନିହାର ରାୟ । ନିହାର ରାଉରକେଲା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କୁ ବିଜୟୀ ଘୋଷଣା କରିବାକୁ ଆବେଦନ କରିଛନ୍ତି ।

ଚଳିତ ନିର୍ବାଚନ ରେ ରାଉରକେଲାରେ ବିଜେଡିର ସାରଦା ନାୟକ ବିଜେପିର ନିହାର ରାୟଙ୍କ ଠାରୁ ୧୦,୪୬୦ ଭୋଟରେ ବିଜୟୀ ହୋଇଥିବା ବେଳେ ସାନଖେମୁଣ୍ଡିରୁ କଂଗ୍ରେସର ରମେଶ ଜେନା ବିଜେଡିର ନନ୍ଦିନୀ ଦେବୀଙ୍କୁ ୨୩, ୫୩୧ ଭୋଟରେ  ପରାସ୍ତ କରିଥିଲେ।

Leave a comment