ଆଜିଠୁ ମୌସୁମୀ ଅଧିବେଶନ, ଗୃହରେ ବ୍ଲକ୍ ବି ର ୧ନଂ ସିଟରେ ବସିବେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପୂର୍ବରୁ ସୋମବାର ରାତିରେ ବିଧାନସଭା ସଚିବାଳୟ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କୁ ସିଟ୍ ଆବଣ୍ଟନ କରାଯାଇଛି । ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳ(ବିଜେଡି)ର ୧୬ ଜଣ ସଦସ୍ୟଙ୍କୁ ବ୍ଲକ୍-ଏ ଦିଆଯାଇଥିବା ବେଳେ ୧୨ ଜଣଙ୍କୁ ବ୍ଲକ୍-ବି, ୨୨ ଜଣଙ୍କୁ ବ୍ଲକ୍-ସି, ୧୬ ଜଣଙ୍କୁ ବ୍ଲକ୍-ଡି ଓ ୪ ଜଣଙ୍କୁ ବ୍ଲକ୍-ଇ ଆସନ ଦିଆଯାଇଛି।
ସୂଚନା ଅନୁଯାୟୀ, ବ୍ଲକ୍-ଏର ଏକ ନମ୍ବର ଆସନରେ ଉପବାଚସ୍ପତି, ଦୁଇ ନମ୍ବର ଆସନରେ କିଶୋର ମହାନ୍ତି, ୩ ନଂ.ରେ ଭୂପିନ୍ଦର ସିଂ, ୪ ନଂ. ସିଟ୍ ସରକାରୀ ମୁଖ୍ୟ ସଚେତକଙ୍କୁ ଆବଣ୍ଟନ କରାଯାଇଛି। ବ୍ଲକ୍-ବିର ୧ନଂ.ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୨ରୁ ୮ ନଂ. ପର୍ଯ୍ୟନ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପଦ୍ମନାଭ ବେହେରା, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, ତୁଷାରକାନ୍ତି ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସିଟ୍ ଆବଣ୍ଟନ କରାଯାଇଛି । ବ୍ଲକ୍-ସି ୧ନଂ ସିଟ୍ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବ୍ଲକ୍-ଡି ୧ନଂରେ ପ୍ରତାପ ଜେନା ଏବଂ ବ୍ଲକ୍-ଇ ୧ନଂରେ ଟୁକୁନୀ ସାହୁଙ୍କୁ ସିଟ୍ ମିଳିଥିବା ପ୍ରକାଶିତ ବଜ୍ଞପ୍ତିରେ ଦର୍ଶାଯାଇଛି ।