ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଭୁଶୁଡ଼ି ୪ମୃତ, ୫ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳୁ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରରେ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସହରସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଭୁଶୁଡ଼ି ପଡ଼ିବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ସାପ୍ତାହିକ ହାଟ ପାଇଁ ଗହଳି ଲାଗିଥିବା ବେଳେ ଏଘଟଣା ଘଟିଥିଲା । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସେମାନେ ସମସ୍ତେ ଉଠାଦୋକାନୀ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଙ୍ଗା କାନ୍ଥ ତଳେ ପଡି ଏକାଧିକ ଗାଡ଼ି ଭାଙ୍ଗି ଥିବା ବେଳେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଏହି ଅଘଟଣ ପରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ର ବାକି ପାଚେରିକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ।

Leave a comment