ସୂର୍ଯ୍ୟଙ୍କୁ ଘେରିବେ ନବଗ୍ରହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ବିଜେଡି ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବଛାଯାଇଛି । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ ହୋଇନଥିବାରୁ ଆଜି ସର୍ବସମ୍ମତିକ୍ରମେ ସୂର୍ଯ୍ୟନାରାୟଣ ପାତ୍ର ଓଡିଶା ବିଧାନସଭାର ୨୨ତମ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ନୂଆ ବାଚସ୍ପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସୂର୍ଯ୍ୟ ପାତ୍ର ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କୁ ଘେରିବାକୁ ନବଗ୍ରହ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥର କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇପାରି ନାହିଁ ସତ, କିନ୍ତୁ କଂଗ୍ରେସର ୯ ଟାଣୁଆ ବିଧାୟକ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ଯେକି ସୂର୍ଯ୍ୟଙ୍କୁ ସୂର୍ଯ୍ୟ ପରାଗରେ ଘେରିଲା ପରି ଘେରିବାକୁ ପୁରା ପ୍ରସ୍ତୁତ । କଂଗ୍ରେସ ନେତାଙ୍କ ମଧ୍ୟରୁ ତାରବହିନୀ ପତି, ନରସିଂହ ମିଶ୍ର, ସୁର ରାଉତରାୟ ଅନ୍ୟତମ । ଯାହାର ପ୍ରଶ୍ନ ବାଣରେ ବାଚସ୍ପତି ଓ ରାଜ୍ୟ ସରକାର ଘାୟଲ ହେବେ ବୋଲି ବୁଦ୍ଧିଜୀବ ମହଲରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।
ଅପରପକ୍ଷରେ, ଏଥର ବିଧାନସଭାରେ ବିଜେପି ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂର୍ଯ୍ୟ ପାତ୍ରଙ୍କ ଅଭିଜ୍ଞତା ଉପରେ ବିଶ୍ୱାସ ରଖିଥିବା ଚର୍ଚ୍ଚା ହେଉଛି । କାରଣ ସୂର୍ଯ୍ୟ ପୂର୍ବରୁ ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ, ସଂସ୍କୃତି ଓ ପର୍ଯ୍ୟଟନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ମାତ୍ର ଏଥର ବିଧାନସଭାର ପ୍ରଶ୍ନକାଳ ଏତେ ସହଜ ହେବନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।