ଦଳିତଙ୍କୁ ନିଜ ହାତରେ ପରସିଲେ ପ୍ରସାଦ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୂର ଗ୍ରାମର ଦଳିତ ସାହି ଗସ୍ତ କରିଥିଲେ ଶ୍ରୀ ହରିଚନ୍ଦନ ସେଠାରେ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ତାହା ସେମାନଙ୍କୁ ବୁଝାଇଥିଲେ। ପରେ ଶ୍ରୀ ହରିଚନ୍ଦନ ସେମାନଙ୍କୁ ନିଜହାତରେ ପରସି ସେମାନଙ୍କ ସହ ଭୋଜନ କରିଥିଲେ।

ସେଠାରେ ଗଣମାଧ୍ୟମକୁ ଓ ଓଡ଼ିଶା ବାସୀଙ୍କୁ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଓଡ଼ିଆ ନବବର୍ଷରେ ଓଡିଶା ପ୍ରଦେଶ କଂଗ୍ରେସର ନବକଳେବର ହେବ ବୋଲି ଆଜି କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ପ୍ରଭାରୀ ଜିତେନ୍ଦ୍ର ସିଂ ନୂଆ କରି ଦାଇତ୍ୱ ନେବାପରେ ଓଡିଶା ସଙ୍ଗଠନକୁ ମଜଭୁତ କରିବାକୁ ଏକ ରୋଡ଼ମେପ ପ୍ରସ୍ତୁତ ସରିଛି ବୋଲି କହିଥିଲେ।
ଆଜି ପିସିସି ସଭାପତି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ହେବା ସହ “ବୁଥ ସ୍ତରରୁ ଉପର ପର୍ଯ୍ୟନ୍ତ ନବକଳେବର ହେବ ଏବଂ ଖୁବଶୀଘ୍ର ସାଙ୍ଗଠନିକ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ”।