ଏହି ସପ୍ତାହର ରାଶିଫଳ ( ୦୮ ଅକ୍ଟୋବର ୨୦୨୬ ଠାରୁ ୧୪ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ଶାରଦୀୟ ନବରାତ୍ର ଆରମ୍ଭ ।
୧. ମେଷ ରାଶି -:ଏହି ସପ୍ତାହରେ ଆପଣଙ୍କ କଥା ଓ ବ୍ୟବହାରକୁ ଲୋକେ ବେଶ୍ ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ପରିଶ୍ରମ ଦେଖି ଆପଣ ଖୁସି ହେବେ। ସଙ୍ଗୀତ ଓ କଳା ପ୍ରତି ଆଗ୍ରହ ବଢ଼ିବ। ଶୁକ୍ରବାର ଓ ଶନିବାର ସବୁଠାରୁ ଅଧିକ ଶୁଭଦାୟକ ରହିବ।
ପିତୃ ଅମାବାସ୍ୟା ଦିନ ପ୍ରବାହିତ ନଦୀ ଜଳରେ ଅରୁଆ ଚାଉଳ ଅର୍ପଣ କରନ୍ତୁ।
୨. ବୃଷ ରାଶି -:କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ଆପଣଙ୍କ ଉପରେନ୍ୟସ୍ତ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ନୂତନ ଅଭିଜ୍ଞତା ପାଇବେ। ସୋମବାର ଏବଂ ମଙ୍ଗଳବାର ବିଶେଷ ଅନୁକୂଳ। ପିତୃ ଅମାବାସ୍ୟା ଦିନ ଓସ୍ତଗଛ ମୂଳରେ ପିତୃ ମାନଙ୍କ ଉଦ୍ଦେଶ୍ୟରେ ଏକ ଦୀପ ପ୍ରଜ୍ୟୋଲିତ କରନ୍ତୁ।
୩. ମିଥୁନ ରାଶି -:ପୁରୁଣା କ୍ଷତିର ଭରଣା କରିବା ପାଇଁ ଏହି ସପ୍ତାହଟି ବେଶ୍ ସହାୟକ ହେବ। ବନ୍ଧୁମାନଙ୍କଠାରୁ ଉପହାର ମିଳିପାରେ। ବ୍ୟାପାରରେ ବ୍ୟାପକ ପରିବର୍ତ୍ତନ ଏବଂ ସଫଳତାର ସମ୍ଭାବନା ଅଛି। ବୁଧବାର ଓ ଗୁରୁବାର ବହୁତ ଭଲ ଦିନ।
ବୁଧବାର ଗଣେଶ ଙ୍କୁ ଦୂର୍ବା ଅର୍ପଣ କରନ୍ତୁ।
୪. କର୍କଟ ରାଶି -:ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏହା ଏକ ଉତ୍ତମ ସମୟ। ପାର୍ଟନରସିପ୍ ବ୍ୟବସାୟରୁ ଭଲ ଲାଭ ମିଳିବ। ପରିବାରରେ ମାନ-ସମ୍ମାନ ବୃଦ୍ଧି ପାଇବ। ଧର୍ମାନୁଷ୍ଠାନ ପ୍ରତି ମନ ବଳିବ।ପ୍ରତ୍ୟେକ ସୋମବାର ଗୃହ ରେ ଗଙ୍ଗାଜଳ କୁ ଆମ୍ବପତ୍ର ରେ ଛିଞ୍ଚାନ୍ତୁ।
୫. ସିଂହ ରାଶି -:ଏହି ସପ୍ତାହରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରର ପୂର୍ଣ୍ଣ ସହଯୋଗ ମିଳିବ। ପ୍ରତ୍ୟେକ ଦିନ ଜଳରେ ସିନ୍ଦୂର ଓ ଗୁଡ଼ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
୬. କନ୍ୟା ରାଶି -:ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ବ୍ୟାପାରରେ ନୂତନ ଯୋଜନା ସଫଳ ହେବ। ଦୂରଯାତ୍ରା କିମ୍ବା ବିଦେଶ ଯାତ୍ରାର ଯୋଗ ରହିଛି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରତ୍ୟେକ ବୁଧବାର ଗୋମାତା କୁ କଦଳୀ ପତ୍ର ରେ କିଛି ଖାଦ୍ୟ ଦିଅନ୍ତୁ।
୭. ତୁଳା ରାଶି -:ସ୍ୱାସ୍ଥ୍ୟ ଏବଂ ଆର୍ଥିକ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ବନ୍ଧୁମାନଙ୍କ ସହ ସମୟ ଭଲ କଟିବ। କୌଣସି ପୁରୁଣା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ। ପ୍ରତ୍ୟେକ ଶୁକ୍ରବାର ଗୃହରେ ଗୋମୂତ୍ର ଛିଞ୍ଚନ୍ତୁ।
୮. ବିଛା ରାଶି -:ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ୱ ମିଳିପାରେ। ସପ୍ତାହଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନକାରୀ ହେବ। ମା ‘ ଙ୍କ ମନ୍ଦିର ରେ ଲାଲ ଫୁଲ ଓ ସିନ୍ଦୂର ଅର୍ପଣ କରନ୍ତୁ।
୯. ଧନୁ ରାଶି -:ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଧର୍ମ ଓ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ। କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି। ପ୍ରତ୍ୟେକ ଦିନ କେଶରୀ ତିଳକ ମସ୍ତକ ଓ କଣ୍ଠ ରେ ଲଗାନ୍ତୁ ।
୧୦. ମକର ରାଶି -:କାର୍ଯ୍ୟକ୍ଷେତ୍ରରେ କିଛିଟା ବାଧାବିଘ୍ନ ଆସିପାରେ, କିନ୍ତୁ ଆପଣଙ୍କ ପରିଶ୍ରମ ବଳରେ ସଫଳତା ପାଇବେ। ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ।
ପିତୃ ଅମାବାସ୍ୟା ଦିନ ଜଳ ରେ କଳା ରାଶି ପକାଇ ସ୍ନାନ କରନ୍ତୁ ।
୧୧. କୁମ୍ଭ ରାଶି -:ଭାଗୀଦାରୀ ବ୍ୟବସାୟରେ ବଡ଼ ଲାଭ ମିଳିବ। ଜୀବନସାଥୀଙ୍କ ସହ ସମ୍ପର୍ଣ୍ଣ ଅଧିକ ମଧୁର ହେବ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ପିତୃପୁରୁଷ ଙ୍କୁ ପ୍ରତ୍ୟେକ ଶନିବାର ତିଳ ତର୍ପଣ କରନ୍ତୁ ।
୧୨. ମୀନ -:ବିରୋଧୀ କିମ୍ବା ଶତ୍ରୁମାନେ ପରାସ୍ତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନଯୋଗ ଦେବେ ଏବଂ ଶୁଭଫଳ ପାଇବେ। ପ୍ରତ୍ୟେକ ଦିନ ଜଳ ରେ ହଳଦୀ ପକାଇ ସ୍ନାନ କରନ୍ତୁ ଓ ପିତୃ ଅମାବାସ୍ୟା ଦିନ ପବିତ୍ର ପୁଷ୍କରିଣୀ ରେ ହଳଦିଆ ଖେଚୁଡ଼ି ଅର୍ପଣ କରନ୍ତୁ।
ଜ୍ୟୋତିର୍ବିଦ୍ ଅମର କେଶରୀ ସିଂହଦେଓ
ଭୁବନେଶ୍ୱର.
ମୋ – ୯୪୩୮୪୬୪୨୪୪