ସାପ୍ତାହିକ ରାଶିଫଳ (ତା ୨୪/୦୯/୨୦୨୬ ଠାରୁ ତା ୩୦/୦୯/୨୦୨୬ ପର୍ଯ୍ୟନ୍ତ)

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):

ମେଷ -: ସପ୍ତାହ ର ପ୍ରାରମ୍ଭ ରୁ ଅର୍ଥାଗମ,ସୁଖପ୍ରାପ୍ତି,ଘାତବାର ରବିବାର ଦିନଟି ଶନି ଚନ୍ଦ୍ର ଯୁକ୍ତ ହେତୁ ଅର୍ଥବ୍ୟୟ,ମନ ଅବସାଦ ରହିବ, ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

ବୃଷ -: ସପ୍ତାହ ଟି ପ୍ରାୟ କର୍ମକ୍ଷେତ୍ର ରେ ସମୟ କାଟିବେ। ବେସରକାରୀ ସ୍ତର ରେ ଚାକିରୀ କରିଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଘାତବାର ଶନିବାର ଦିନଟି ସକାଳୁ ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରି ଶୁଭକାର୍ଯ୍ୟ ରେ ବାହରନ୍ତୁ।

ମିଥୁନ -: ନିଜ ବାଣୀ ଦ୍ଵାରା କାର୍ଯ୍ୟ ହାସଲ କରିବେ। ବକେୟା ଅର୍ଥ ପ୍ରାପ୍ତି, ଘାତବାର ସୋମବାର ହେତୁ ଶିବ ମନ୍ଦିର ଦର୍ଶନ କରି ଶୁଭକାର୍ଯ୍ୟ କରିବେ।

କର୍କଟ -: ସାହସିକତା ର ସହିତ କାର୍ଯ୍ୟ କରିବେ। କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ । ଯାନବାହାନ ଚଳାଚଳ ରେ ସତର୍କତା ରଖନ୍ତୁ । ଘାତବାର ବୁଧବାର “ଓଁ ଗଂ ଗଣପତୟେ ନମଃ” ମନ୍ତ୍ର ଜପ କରି କାର୍ଯ୍ୟ କରନ୍ତୁ।

ସିଂହ -: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ,ସରକାରୀ ସ୍ତରରେ ସହଯୋଗ ମିଳିବ, ଘାତବାର ଶନିବାର ଦିନଟି ସୂର୍ଯ୍ୟ ଙ୍କୁ ଜଳ ରେ ଗୁଡ଼ ଦେଇ ଅର୍ପଣ କରନ୍ତୁ।

କନ୍ୟା :- ଦାମ୍ପତ୍ୟ ଜୀବନରେ ଛୋଟମୋଟ ମନୋମାଳିନ୍ୟ କୁ ଛାଡିଦେଲେ ସପ୍ତାହ ଟି ପ୍ରାୟ ଧନଲାଭ, ଯାନବାହନ କ୍ରୟ ଓ ସାହାଯ୍ୟ ସହଯୋଗ ପାଇବେ। ଘାତବାର ଶନିବାର ନୀଳ ଅପରାଜିତା ଫୁଲ ମହାଦେବ ଙ୍କୁ ଅର୍ପଣ କରନ୍ତୁ ।

ତୁଳା -: ସପ୍ତାହ ଟି ପ୍ରାୟ ଶୁଭପ୍ରଦ,ଉତ୍ତମ ସ୍ବାସ୍ଥ୍ୟ,ବନ୍ଧୁ ମିଳନ,ସୁଖାଦ୍ୟ ଭୋଜନ ରେ ଆନନ୍ଦ ରହିବେ,ଘାତବାର ଗୁରୁବାର ବିଷ୍ଣୁ ସହସ୍ର ନାମ ପାଠ କିମ୍ବା ଶ୍ରବଣ କରନ୍ତୁ।

ବିଛା -: କଳିଝଗଡା ଠାରୁ ଦୂରେଇ ରୁହନ୍ତୁ। ପିତାଙ୍କ ସହଯୋଗ ମିଳିବ, ଘାତବାର ଶୁକ୍ରବାର ମନ୍ଦିର ରୁ ଲାଲ ସିନ୍ଦୂର ପୂଜା କରିଆଣି ପ୍ରତ୍ୟେକ ଦିନ ମସ୍ତକ ରେ ଧାରଣ କରନ୍ତୁ ।

ଧନୁ -: ସମସ୍ତ କାର୍ଯ୍ୟ ସଫଳ,ସରକାରୀ କାର୍ଯ୍ୟ ରେ ପଦୋନ୍ନତି, ଘାତବାର ଶୁକ୍ରବାର କନକଧାରା ସ୍ତୋତ୍ର ପାଠ କିମ୍ବା ଶ୍ରବଣ କରନ୍ତୁ ।

ମକର -: ମାଲିମୋକଦ୍ଦମାରେ ଜୟଯୁକ୍ତ,ମହିଳା ମାନେ ଚଳଚଞ୍ଚଳ ରହିବେ,ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିବେ। ଘାତବାର ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ -: ସପ୍ତାହ ଟି ମଧ୍ୟମ ରହିବ,ଭାଷା ମାର୍ଜିତ ରଖନ୍ତୁ,କର୍ମକ୍ଷେତ୍ର ରେ ସ୍ଥାନ ପରିବର୍ତ୍ତନ ର ଯୋଗ, ଘାତବାର ଗୁରୁବାର ବିଷ୍ଣୁ ମନ୍ଦିର ରେ ହଳଦିଆ ଫୁଲ ଅର୍ପଣ କରନ୍ତୁ।

ମୀନ -: ସନ୍ତାନ ସୁଖ,ବିଦେଶ ଭ୍ରମଣ,ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା ରେ ଉନ୍ନତି, ଘାତବାର ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ ପଦ୍ମଫୁଲ ଅର୍ପଣ କରନ୍ତୁ।

ଜ୍ୟୋତିର୍ବିଦ୍ ଅମର କେଶରୀ ସିଂହଦେଓ
ଭୁବନେଶ୍ୱର
ମୋ – ୯୪୩୮୪୬୪୨୪୪

SOA Festival
Leave a comment