ଫକୀରମୋହନ ସ୍ଵୟଂଶାସିତ କଲେଜର ଛାତ୍ରୀଙ୍କ ଦୁଃଖଦାୟକ ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ : ଯୁବ ଛାତ୍ର କ୍ରାନ୍ତିି ସେନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ କଲେଜର ଛାତ୍ରୀଙ୍କ ଦୁଃଖଦାୟକ ଆତ୍ମଦାହ ଉଦ୍ୟମ ପାଇଁ କଲେଜ କର୍ତ୍ତୃପକ୍ଷ, ନିଜେ ଉତ୍ପୀଡନ ଦେଉଥିବା ଅଧ୍ୟାପକ ଏବଂ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ଥିବା ଛାତ୍ରୀଙ୍କ ପ୍ରତି ଏଇ ନିର୍ଯ୍ୟାତନା ବିଷୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସିଧାସଳଖ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମକୁ ମୁଁ ଗଭୀର ନିିନ୍ଦା କରୁଛିି । ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ସମ୍ନାନ ନ୍ୟାୟ ଦେବା ସରକାରଙ୍କ ନୈତିିକ ଦାୟିିତ୍ବ। ଛାତ୍ର ଛାତ୍ରୀଙ୍କ ସମ୍ମାନ ସ୍ୱାଭିମାନ ଓ ଅଧିକାର ଦେବା ସଂକଳ୍ପ ହେଉ । ପୂର୍ବରୁ ସମସ୍ତ ଅଭିଯୋଗ କଲେଜ କମିଟି ପାଇଥିଲେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେଲେ ନାହିଁ । ବରଂ ସଂପୃକ୍ତ ଛାତ୍ରୀଙ୍କୁ ଅଭିଯୋଗ ପ୍ରତ୍ୟାହାର ପାଇଁ,କଲେଜରୁ ବିଦା କରି ଦେବାର ଭୟ ଦେଖାଇ ଓ ଅନ୍ୟ ପିଲାଙ୍କୁ ଲଗାଇ ଏହି ଝିଅଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ସମ୍ପୂର୍ଣ ଚାପ ସୃଷ୍ଟି କରାଗଲା । ତେଣୁ କୌଣସି ନ୍ୟାୟ ନ ପାଇ ସେଇ କଲେଜ ସାମ୍ନାରେ ଆତ୍ମାହୁତି ପାଇଁ ପଦକ୍ଷେପ ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି !! ଏହା ଏକ ଦୁଃଖଦ ଓ ଲଜ୍ୟାଜନକ ଘଟଣା ବୋଲିି କହିିଛନ୍ତିି ଯୁବ ଛାତ୍ର କ୍ରାନ୍ତିି ସେନାର ରାଜ୍ୟ ଆବାହକ ପାର୍ଥସାରଥୀ ମୁଦୁଲିି ।