୨ହଜାର ନୂଆ ଟ୍ରାଫିକ୍ ପଦବୀ ପୂରଣ ପାଇଁ ସରକାରଙ୍କ ମଞ୍ଜୁରୀ
ଭୁବନେଶ୍ୱର : ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବି ସୃଷ୍ଟି କରାଯାଇଛି ।
ସେହିପରି ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବୀସୃଷ୍ଟି କରାଯାଇଛି ।
ଡି.ଏସ୍.ପି. ୫ଟି ପଦବୀ, Inspector ୪୧ଟି ପଦବୀ ସବ୍- ଇନ୍ସପେକ୍ଟର ୮୩ ଟି ପଦବୀ, ଏ.ଏସ୍.ଆଇ. ୮୩ଟି ପଦବୀ, ହାବିଲ୍ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି । ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି । ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।