ରାଜ୍ୟ ବ୍ୟାପୀ ନର୍ସଙ୍କ ଆନ୍ଦୋଳନ ଜାରି
ଦାବି ଶୁଣିଲେନି ସରକାର,ଏପଟେ ଜିଦରେ ଅଟଳ ସରକାର। ବିଫଳ ହୋଇଛି ନର୍ସିଂ ସଂଘ -ରାଜ୍ୟ ସରକାରଙ୍କ ଆଲୋଚନା। ଏନେଇ ସୂଚନା ଦେଇଛନ୍ତି ସଂଘର ସାଧାରଣ ସଂପାଦକ । ଯେପର୍ଯ୍ୟନ୍ତ ଉଚ୍ଚ ସ୍ତରୀୟ ବୈଠକ ହୋଇନି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ସଂଘ ଦାବି କରିଛି। ଏହାସହ ମୁଖ୍ୟମନ୍ତ୍ରୀ କି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଆଲୋଚନାକୁ ଆହ୍ବାନ କରିଛି ସଂଘ । ଆଜିବି କେବଳ ଜରୁରୀ କାଳୀନ ସେବାରେ ନର୍ସ ନିୟୋଜିତ ହେବେ। କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିସ୍ପତ୍ତି ନେଇଛି ସଂଘ।
ସୂଚନା ଯୋଗ୍ୟ, ବୁଧବାର ରାଜ୍ୟ ସରକାରଙ୍କ ସହ ଗତକାଲି ରାଜ୍ୟ ସରକାରଙ୍କ ସହ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଛି। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗ ଦେଇ ନଥିବା ବେଳେ ତାଙ୍କ ସ୍ଥାନରେ ସ୍ବାସ୍ଥ୍ୟ ସଚିବ କଥା ହୋଇଥିଲେ। ଏବଂ କିଛି ସମୟ ମାଗିଥିଲେ। ଯାହାକୁ ନେଇ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନର୍ସିଂ କ୍ଷେତ୍ରରେ ଆଉଟ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, କର୍ମଚାରୀଙ୍କୁ କଣ୍ଟ୍ରାଚୁଆଲରୁ ରେଗୁଲାର କରିବା ଆଦି ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।