ଶେଷ ହେଲା ନିର୍ବାଚନ ପ୍ରଚାର,ରାଜ୍ୟରେ ୬ଟି ସଂସଦୀୟ କ୍ଷେତ୍ରର ୪୨ ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ

0

ଆଜି ଶେଷ ହେଲା ନିର୍ବାଚନ ପ୍ରଚାର। ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଏଥିସହିତ ମତଗ୍ରହଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଶେଷ ଦିନରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ବିଜେଡି ନେତା ଭି କେ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି।

ରାଜ୍ୟରେ ୬ଟି ସଂସଦୀୟ କ୍ଷେତ୍ରର ୪୨ ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ସେହିପରି ଦେଶରେ ସପ୍ତମ ପର୍ଯ୍ୟାୟ ପ୍ରଚାର ଶେଷ ହୋଇଥିବା ବେଳେ ୧ ତାରିଖରେ ୫୭ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବ।

ଶେଷ ହେଲା ଶୋଭାଯାତ୍ରା, ଶେଷ ହେଲା ରୋଡ ଶୋ, ଶେଷ ହେଲା ସାଧାରଣ ସଭା, ବାଇକ ରାଲି, ପଦଯାତ୍ରା ଶେଷ ହେଲା ନିର୍ବାଚନ ପ୍ରଚାର। ଦେଶରେ ୭ ପର୍ଯ୍ୟାୟ ଏବଂ ରାଜ୍ୟରେ ୪ ପର୍ଯ୍ୟାୟ ପାଇଁ ଚାଲିଥିବା ନିର୍ବାଚନ ପ୍ରଚାରରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର। ରାଜ୍ୟରେ ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ଆସନ ପାଇଁ ହେବାକୁ ଥିବା ମତଦାନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଆଜି ଶେଷ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ବିଜେଡି ନେତା ଭି କେ ପାଣ୍ଡିଆନ ପ୍ରମୁଖ ଷ୍ଟାର ପ୍ରଚାରକମାନେ ପ୍ରଚାର କରିଛନ୍ତି। ଏଥିସହିତ ପ୍ରାର୍ଥୀମାନେ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରଚାର କରି ଝାଳ ବୁହାଇଛନ୍ତି। ସଂଧ୍ୟା ସହିତ ପ୍ରଚାର ପ୍ରକ୍ରିୟା ଶେଷ ହେବା ସହିତ ସବୁ ହୋହଲ୍ଲା ଏକ ପ୍ରକାରର ଶାନ୍ତ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ୯୯.୬୧ ଲକ୍ଷ ମତଦାନ କରିବେ । ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି। ୧୨୫ କମ୍ପାନୀ CAPF ମୁତୟନ ହେବେ । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ ।

ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ୭ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ଶନିବାର ମତଦାନ ହେବ। ଏହି ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ପ୍ରମୁଖ ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ଲଢୁଥିବା ବାରାଣାସୀ ଆସନରେ ୧ ତାରିଖରେ ଭୋଟ ପଡ଼ିବ। ମୋଦି ତାଙ୍କ ମାରାଥନ ପ୍ରଚାର ଆଜି ବାରାଣସୀରେ ଶେଷ କରିଛନ୍ତି।

ଦେଶରେ ନିର୍ବାଚନ ୧୯ ଏପ୍ରିଲରେ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ୧୩ ମେରେ ହୋଇଥିଲା। ଜୁନ ୧ରେ ମତଦାନ ଶେଷ ହେବ। ଏହାପରେ ଜୁନ୍ ୪ ତାରିଖରେ ଏକକାଳୀନ ଗଣତିରୁ ଜଣାପଡ଼ବ ଫଳାଫଳ।

Leave a comment