ବଦଳିଲେ ୯୫ଜଣ ପୂର୍ତ୍ତ ବିଭାଗ ଯନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ରଥମ ଥର ପାଇଁ ବଦଳିଲେ ୯୫ଜଣ ଯନ୍ତ୍ରୀ । ପୂର୍ବରୁ କେବେ ଅଟେ ସଂଖ୍ୟକ ଯନ୍ତ୍ରୀଙ୍କ ବଦଳି ଏକ ସାଙ୍ଗରେ ହୋଇନଥିଲା । ଏସମସ୍ତ ଯନ୍ତ୍ରୀ ପୂର୍ତ୍ତ ବିଭାଗର ବୋଲି ସୂଚନା ମିଳିଛି । ସେମାନେ ଅନେକ ବର୍ଷ ହେବ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସରେ ପୂର୍ତ୍ତ ବିଭାଗ ଯନ୍ତ୍ରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ ହୋଇଥିଲା । ଏହାକୁ ଆଧାର କରି ଏକସଙ୍ଗରେ ଏତେ ସଂଖ୍ୟାରେ ନିର୍ବାହୀ ଯନ୍ତ୍ରୀ ଓ ସହାୟକ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ହୋଇଛି । ଅପରପକ୍ଷରେ ନଗର ଉନ୍ନୟନ, ପଞ୍ଚାୟତିରାଜ, ଜଳସମ୍ପଦ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା ଯନ୍ତ୍ରୀ ଙ୍କ କ୍ଷେତ୍ରରେ ଏହି ବଦଳି ନିୟମ ଲାଗୁ କରାଯାଇନାହିଁ ।

Leave a comment