ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିମୁଳିଆ ଥାନା କହ୍ନେଇଁବିନ୍ଧା ଗାଁରେ ଅଘଟଣ । ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତ । ଦୁଃଖଦ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ ଜଶ ଶ୍ରମିକ କାମ କରିବା ପାଇଁ ମୟୂରଭଞ୍ଜରୁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା ଗାଁକୁ ଆସିଥିଲେ । ତେବେ ଜମିରେ କାମ କରୁଥିବା ସମୟରେ ହିଁ ବ୍ରଜପାତ ହୋଇଥିଲା । ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।