ବିଦ୍ୟୁତ ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ

0

ବିଦ୍ୟୁତ ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ । ଚମୋଲି ଜିଲ୍ଲା ଅଳକାନନ୍ଦା ନଦୀ ତଟରେ ଅଘଟଣ ଘଟିଥିବା ସୂଚନା ମିଳିଛି । ୧୫ ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଅନେକ ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି ।

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ୧୫ ଜଣ ମୃତକଙ୍କ ମଧ୍ୟରେ ପିପଲକୋଟିର ଫାଣ୍ଡି ଇନ୍‌ଚାର୍ଜ ଓ ୫ ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ଅଘଟଣରେ ଅନେକ ଲୋକ ପୋଡ଼ିଯାଇ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚାମୋଲି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପରମେନ୍ଦ୍ର ଡୋଭାଲ୍‌ କହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍‌ ଅଭିଯାନ ଆରମ୍ଭ କରିଛନ୍ତି ।

Leave a comment