ମନ୍ତ୍ରୀ ନବଦାସ ହତ୍ୟା ମାମଲା, ଗୋପାଳଙ୍କୁ ଧମକାଇଥିଲେ ମନ୍ତ୍ରୀଙ୍କ ଲୋକ ମନୋଜ

0

ବହୁଚର୍ଚ୍ଚିତ ମନ୍ତ୍ରୀ ନବଦାସ ହତ୍ୟା ମାମଲା । ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ । ମନ୍ତ୍ରୀଙ୍କ ଲୋକ ମନୋଜ ବରିହା ଧମକ ଦେଇଥିଲା । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଗୋପାଳ । ପଲିଗ୍ରାଫ ଟେଷ୍ଟରେ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା ।

୧୩ଟି ପ୍ରଶ୍ନର ଉତ୍ତରରେ ହିଁ କହିଥିଲା ଗୋପାଳ । ଅନ୍ୟ ୧୩ଟି ପ୍ରଶ୍ନରେ ଗୋପାଳର ଉତ୍ତର ଥିଲା ନା । ମନ୍ତ୍ରୀ ଖପ୍ପା ଥିବା ଖବର ପାଇ ଚିନ୍ତାରେ ଥିଲା ଗୋପାଳ । ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରୁଥିଲା ଗୋପାଳ । ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଶପଥ ନେଇଥିଲା ଗୋପାଳ । ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା ଗୋପାଳ ।

Leave a comment