ଲୋୟର ପିଏମଜିରେ କୁଡୁମୀ ସେନା ଓ ପୋଲିସ ମୁହାଁମୁହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାର ହଜାର କୁଡୁମୀ ସେନାଙ୍କ ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରତିବାଦ । ଏହି ପ୍ରତିବାଦ ସମୟରେ ପୋଲିସ ଓ କୁଡୁମୀ ସେନା ମଧ୍ୟରେ ଧସ୍ତାଧସ୍ତି । ଆନ୍ଦୋଳଙ୍କାରୀଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ କୁଡୁମୀ ସଂପ୍ରଦାୟର ଲୋକ ଅଛନ୍ତି । ଯେଉଁ ମାନଙ୍କୁ ୧୯୫୬ ମସିହାରେ ଏସଟି ଏସସି ସଂଶୋଧିତ ଆକ୍ଟ ଅନୁସାରେ ଏସଟି ତାଲିକାରୁ ବାଦ୍ ଦିଆଯାଇଛି । ଏହାକୁ ନେଇ ଦୀର୍ଘଦିନ ହେଲା ସେମାନେ ପ୍ରତିବାଦ କରି ଆସୁଛନ୍ତି । ଏହି ପ୍ରତିବାଦର କୌଣସି ସୁଫଳ ନମିଳିବାରୁ ସେମାନେ ଆଜି ହଜାର ହଜାର ସଂଖ୍ୟାରେ ଆସି ଭୁବନେଶ୍ୱର ଲୋୟର ପିଏମଜିରେ ନିଜର ୭ ଦଫା ଦାବି ନେଇ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ଏହାସହ ସେମାନଙ୍କର ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁଡୁମୀ ସେନା ଚେତାବନୀ ଦେଇଛି ।

Leave a comment