ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ପୁରୀ ବ୍ୟତୀତ ଅନ୍ୟତ୍ର ଶ୍ରୀମନ୍ଦିର ବିଧିଅନୂଯାୟୀ ରଥଯାତ୍ରା ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସେବାୟତଙ୍କ ପାଇଁ:
* ୧୦ରୁ ୧୨ ଏକର ଜମିରେ ସ୍ଥାପନ ହେବ ଗୁରୁକୂଳ ।
* ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ଲାଗୁହେବ ମେଧାବୃତ୍ତି ସ୍କିମ୍
ସେହିପରି ପୂର୍ବରୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ୫ଟି ପ୍ରକଳ୍ପ ପାଇଁ ପୁନର୍ବାର ସରକାରଙ୍କୁ ଅନୁରୋଧ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।