କାହିଁକି କୁହାଯାଏ ପ୍ରତିଦିନ କିଛି ସମୟ ହସିବା ଜରୁରୀ, ପ୍ରତିଦିନ କିଛି ସମୟ ହସିଲେ ମିଳେ ଏଭଳି ଫାଇଦା
ହାସ୍ୟ ବଦନ ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି l ମୁଖ ମଣ୍ଡଳ ରେ ହସ ରହିବା ନିହାତି ଜରୁରୀ l ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ l ଚିନ୍ତା ଓ ଅବସାଦ କମ ହୋଇଥାଏ l ଯେତେବେଳେ ଆପଣ ନିରାଶା ଅନୁଭବ କରୁଛନ୍ତି, ସେହି ସମୟରେ ସାମାନ୍ୟ ହସ ମଧ୍ୟ ଆପଣଙ୍କ ମଧ୍ୟରେ ସକାରାତ୍ମକ ବିଚାର ସଂଚାର କରିବ l ବିଶେଷ ଭାବରେ ହସିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଠିକ ରହିଥାଏ l ହସିବା ଦ୍ୱାରା ମଣିଷ ଉଚ୍ଚ ରକ୍ତଚାପ, ମାନସିକ ଅବସାଦ, ଡିପ୍ରେସନ, ମଧୁମେହ, ହାର୍ଟ ଆଟାକ ଭଳି ଘାତକ ରୋଗ ଦୂର ହୋଇଥାଏ l
ସେଥିପାଇଁ ଆଜିକାଲି ଅନେକ ସ୍ଥାନରେ ଲାଫ୍ଟର ଥେରାପି ମଧ୍ୟ କରାଯାଉଛି, ଯାହା ମାନସିକ ସନ୍ତୁଳନ କୁ ଠିକ ରଖିବାରେ ସାହାଯ୍ୟ କରିବ l
– ନିକଟରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଥିଲା ଯେ ହସିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ l ବ୍ୟକ୍ତିତ୍ୱ ର ବିକାଶ ହୋଇଥାଏ l ହସ ମସ୍ତିଷ୍କ ର ସେହି ଅଂଶ କୁ ସିଧାସଳଖ ଟାର୍ଗେଟ କରିଥାଏ ଯେଉଁ ଅଂଶ ଆପଣଙ୍କ ଭାବନାକୁ ନିୟନ୍ତ୍ରିତ କରିଥାଏ l କୁହାଯାଏ ଯେ ଦୁନିଆର ୩୦ ପ୍ରତିଶତ ରୁ ଅଧିକ ଲୋକ ଦିନରେ ୨୦ ଥରରୁ ଅଧିକ ହସି ଥାଆନ୍ତି l
– ଗୋଟିଏ ସୁନ୍ଦର ହସ ପଛରେ ଆପଣଙ୍କ ଦାନ୍ତର ମୁଖ୍ୟ ଭୂମିକା ରହିଥାଏ l ସିଧା ଦାନ୍ତ ଥିବା ଲୋକ ଅଧିକ ଭରସା ଯୋଗ୍ୟ ଓ ଅଧିକ ଆତ୍ମବିଶ୍ଵାସୀ ଅଟନ୍ତି l ଗୋଟିଏ ବ୍ୟକ୍ତିର ହସ ତାର ଆତ୍ମ ଛବି, ଆତ୍ମବିଶ୍ୱାସ ଓ ବାସ୍ତବରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରେ ବଡ଼ ଭୂମିକା ଗ୍ରହଣ କରିଥାଏ l
– ୪୦ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି ୮୦ ପ୍ରତିଶତ ମାନସିକ ଚାପରେ ରହି ଥାଆନ୍ତି l ତେଣୁ ଏଭଳି ବ୍ୟକ୍ତିମାନେ ଅଧିକ ସମୟ ନିଜକୁ ଖୁସି ରଖିବା ପାଇଁ ସାଙ୍ଗ ସାଥୀଙ୍କ ସହିତ ସମୟ ଅତିବାହିତ କରିବା ଆବଶ୍ୟକ l ସେମାନେ କିଛିନା କିଛି ହସିବାର କାରଣ ପାଇବେ l
– ହସିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯାହାକି ମଣିଷ ପାଇଁ ନିହାତି ଆବଶ୍ୟକ l ତେଣୁ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ନିୟମିତ କିଛି ସମୟ ନିଜକୁ ଖୁସି ରଖିବା ଜରୁରୀ l ସେଥିପାଇଁ କିଛିଟା ମଜାଳିଆ ବହି ପଢନ୍ତୁ, ଟିଭି ରେ କିଛି ଶୋ ଦେଖନ୍ତୁ ଯାହା ଆପଣଙ୍କୁ ଖୁସି ଦେବ l