ବୋଥ୍ରା ସବୁ ଜାଣି ଚୁପ କାହିଁକି ?

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସବୁ ସରକାରୀ ଅଫିସ ଗୁଡିକରେ ଦୁର୍ନୀତି କାରବାର ବ୍ୟାପକ ମାତ୍ରା ରେ ବଢିଯାଇଛି । ସାଧାରଣ ଲୋକଙ୍କୁ ଯେକୌଣସି କାମ କରିବାକୁ ହେଲେ ଲାଞ୍ଚ ଦେବାକୁ ପଡୁଛି । ଏକଥା ରାଜ୍ୟରେ ବସବାସ କରୁଥିବା ପ୍ରାୟ ସମସ୍ତ ଓଡ଼ିଆଙ୍କୁ ଜଣାପଡି ସାରିଲାଣି । ତେଣୁ ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ । ସରକାରୀ ଅଧିକାରୀ ମାନେ ମଧ୍ୟ ଲାଞ୍ଚ ନେବାକୁ ବାଧ୍ୟ ହେବେ, କାରଣ ଯଦି ଉପରସ୍ଥ ଅଧିକାରୀ ମାନେ ନିଜ ତଳସ୍ତର କର୍ମଚାରୀମାନଙ୍କ ଠାରୁ ଅର୍ଥ ଆଶା କରିବେ ତେବେ ତାଙ୍କ ଅଧୀନରେ ରହୁଥିବା କର୍ମଚାରୀମାନେ ଲାଞ୍ଚ ନେବାକୁ କାହିଁକି ବା ଡରିବେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନ କର୍ମଚାରୀଙ୍କୁ ଦୁର୍ନୀତି ନକରିବା ନେଇ ମଙ୍ଗଳବାର ଶପଥ ପାଠ କରାଇଛନ୍ତି । ଏହିପରି ସବୁ ସରକାରୀ ଅଫିସରେ ଶପଥ ନେବା କାର୍ଯ୍ୟକ୍ରମ ପାଳନ ହୋଇଛି । ହେଲେ ସେ ଶପଥ ପାଠ ର ମୂଲ୍ୟ କେତେ ତାହା ଆଜି ଦେଖିବାକୁ ଯେକୌଣସି ଲୋକ ଚାହିଁଲେ କୌଣସି ଗୋଟେ ସରକାରୀ କାର୍ଯ୍ୟାଳୟ ଗଲେ ଜାଣିଯିବ । କାରଣ ପୂର୍ବରୁ କହିସାରିଛୁ ଏଠି ଉଚ୍ଚପଦସ୍ଥ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ପାଲଟିଛନ୍ତି ।

ଉଦାହରଣ ସ୍ୱରୂପ, ରାଜ୍ୟ ପରିବହନ ବିଭାଗକୁ ଦେଖିପାରିବା । ରାଜ୍ୟ ପରିବହନ କମିଶନର ଭାବେ ଅରୁଣ ବୋଥ୍ରା ଗଲା କିଛିଦିନ ହେବ ଦାୟିତ୍ୱ ନେଇଛନ୍ତି । ସବୁବେଳେ ବୋଥ୍ରା ଟ୍ୱିଟରେ ସକ୍ରିୟ ରହୁଛନ୍ତି । ତାଙ୍କ ଟ୍ୱିଟକୁ ମଧ୍ୟ ବେଶ କିଛି ଲୋକ ଲାଇକ କରିବା ସହ କମେଣ୍ଟ ଦେଇଥାନ୍ତି । ଯେକୌଣସି ଜଣେ ସାଧାରଣ ଲୋକ ତାଙ୍କ ଟ୍ୱିଟଦେଖିବା ପରେ ସେ ଜଣେ ସଚ୍ଚୋଟ ଅଫିସର ବୋଲି ନିଜ ମନରେ ଧାରଣା ଆଣିଥାନ୍ତି । ହେଲେ ନାହିଁ, ସେମିତି କିଛି ନୁହେଁ । ନିଜେ ବୋଥ୍ରା ମଧ୍ୟ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ଭୁଲ ଧରିବା ପରେ ତାକୁ ଅଣଦେଖା କରୁଛନ୍ତି । ଅବଶ୍ୟ ସେ ନିଜ କଥାରେ ଏଭଳି ନ କରି ତାଙ୍କ ପାଖରେ ଥିବା କୌଣସି ଅଧିକାରୀଙ୍କ ଚାପରେ କରିଥାଇପାରନ୍ତି ।

ସରକାରୀ ନିୟମରେ ଜଣେ କର୍ମଚାରୀ ଙ୍କ ବଦଳି ନୀତି ରହିଛି । ହେଲେ ଅଧିକାଂଶ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । କେତେକ ଅଫିସର ଟଙ୍କା କାରବାର କରି ବଦଳି ନିୟମର ଧଜିୟା ଉଡାଉଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଟଙ୍କା ଖାଇ ଏଭଳି କାମ କରିବାକୁ ଡରୁନାହାନ୍ତି । ସହକାରୀ ଏମ. ଭି. ଆଇ ପି. କେ ବେହେରାଙ୍କୁ ୨୦୨୦ରେ ନବରଙ୍ଗପୁର ଆର. ଟି. ଓ କୁ ବଦଳି ହୋଇଥିଲା । ସେଠାରେ ପଦୋନ୍ନତି ପାଇ ଯିବା ପୂର୍ବରୁ ସେ ଜୁନିୟର ଏମ. ଭି. ଆଇ ପଦରେ ଥିଲେ । ହେଲେ ନବରଙ୍ଗପୁର ଆର. ଟି. ଓ କୁ ବଦଳି ହେବାର ମାତ୍ର କେଇଦିନ ମଧ୍ୟରେ ପି. କେ ବେହେରା ପୁଣି ଛତ୍ରପୁର ଆର. ଟି. ଓ କୁ ଡେପୁଟେସନ ରେ ଆସିଗଲେ । କାଇଁ ରାଜ୍ୟରେ କ’ଣ ଆଉ କୋଉ କର୍ମଚାରୀଙ୍କର ଏମିତି ଇଚ୍ଛା ନାହିଁ। ପି. କେ ବେହେରାଙ୍କ କ୍ଷେତ୍ରରେ ଏତେ ସହାନୁଭୂତି କ’ଣ ପାଇଁ ଏବଂ କିଏ ଦେଖାଉଛି । ବୋଥ୍ରା ଏ ସମ୍ପର୍କରେମଧ୍ୟ ଜାଣିଛନ୍ତି । କାରଣ ବେଆଇନ ଭାବେ ତାମିଲନାଡୁ ଟ୍ରକ ଠାରୁ ଟଙ୍କା ଆଦାୟ ଅଭିଯୋଗ ଆସିଥିଲା । ଛତ୍ରପୁରଠାରେ ଏକ ଟ୍ରକରୁ ରାତିରେ ୩୫,୦୦୦ ଟଙ୍କା ଫାଇନ ନାଁ ରେ ଆଦାୟ ହୋଇଥିଲା । ପ୍ରାୟ ରାତ୍ରି ସମୟରେ ଗାଡିଉପରୁ ଏଭଳି ଅର୍ଥ ଆଦାୟ ହେଉଥିବା କମିଶନର ଙ୍କ ପାଖରେ ଅଭିଯୋଗ ପହଞ୍ଚିବା ପରେ ବୋଥ୍ରା ଏହାର ତଦନ୍ତ କରି ୧୯/୦୭/୨୦୨୧ ତାରିଖରେ ପି.କେ. ବେହେରାଙ୍କୁ ଗାଳି କରିଥିଲେ । ଏହା ପୂର୍ବରୁ ଏଭଳି ଅର୍ଥ ଆଦାୟ ପ୍ରତିଦିନ ଚାଲୁଥିଲା । ପି.କେ. ବେହେରା ୨୦୧୫ମସିହାରୁ ଗଞ୍ଜାମ ଗିରି ସୋଲା ଗେଟ ରେ ଜୁନିୟର ଏମ. ଭି. ଆଇ ଭାବେ ଅବସ୍ଥିତ ଥିଲେ । ୨୦୧୭ ରେ ରାଜ୍ୟ ସରକାର ସମସ୍ତ ସୀମାନ୍ତ ଗେଟ ଜି.ଏସ.ଟି ପରିସର ଭୁକ୍ତ ଯୋଗୁଁ ଉଛେଦ କଲେ ।

ଏହାପରେ ୨୦୨୦ ରେ ପି.କେ. ବେହେରାଙ୍କ ନବରଙ୍ଗପୁର ବଦଳି ହୋଇଥିଲା ହେଲେ କେଇଦିନ ପରେ ପୁଣି ଏଠି । ଅନ୍ୟପଟରେ କମିଶନରଙ୍କ କାର୍ଯ୍ୟାଳୟର ଜଣେ କହିଛନ୍ତି, ସଞ୍ଜୟ ବିଶ୍ୱାଳ ଯିଏ ଡେପୁଟି କମିଶନର ସେଣ୍ଟ୍ରାଲ ଜୋନ ଅଛନ୍ତି ସିଏ ପି.କେ. ବେହେରାଙ୍କ ଅଦୃଶ୍ୟ ଶକ୍ତି । ସିଏ ବୋଥ୍ରା ଙ୍କ ପାଖରେ ରହି ତାଙ୍କ ମୁଣ୍ଡରେ ଯାହା ପୁରାନ୍ତି ସେମିତି ସବୁକିଛି ହୁଏ । ହେଲେ ଏଠାରେ ସଞ୍ଜୟ ବିଶ୍ୱାଳ ସ୍ୱାର୍ଥ କଣ ସେନେଇ କମିଶନରଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ପ୍ରଶ୍ନ ଉଠାଇବା ସହ ଏପ୍ରତି ବୋଥ୍ରା ଦୃଷ୍ଟି ଦିଅନ୍ତୁ ବୋଲି ମତ ରଖିଛନ୍ତି ।

Leave a comment