ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଉଦ୍ଧବ ଠାକରେ !

0

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରନ୍ତି ଉଦ୍ଧବ ଠାକରେ । ଏନେଇ ସେ ମନ ବଳାଇ ଥିବା ଶୁଣିବାକୁ ମିଳୁଛି । ଉଦ୍ଧବଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ସପକ୍ଷରେ ଅଛନ୍ତି ।

ତେବେ ଶିବସେନାର କିଛି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପକ୍ଷରେ ରହିଛନ୍ତି ।

ସୂତ୍ରାନୁସାରେ, ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ସଞ୍ଜୟ ରାଓ୍ୱତଙ୍କ ରାୟକୁ ଅଣଦେଖା କରି ସାଂସଦଙ୍କ ରାୟକୁ ଗୁରୁତ୍ୱ ଦେଉଛନ୍ତି ।

Leave a comment