ଆଜିଠୁ ୨ଦିନିଆ ଭାରତ ବନ୍ଦ: ବନ୍ଦ ରହିବ ସ୍କୁଲ, କଲେଜ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦି ସରକାରଙ୍କ ୫୬ ମାସର ବିଫଳତା ପ୍ରତିବାଦରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ସିପିଆଇଏମ୍ । ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟ ପାଳନ କରାଯିବ । ଏହି ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ  ଯୋଗଦେବେ। ସେହିପରି ବନ୍ଦ ଡାକରାକୁ  ବିଜେଡ଼ି ଓ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛନ୍ତି।

ଭାରତ ବନ୍ଦ ଯୋଗୁଁ ଆଜି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଥିବାରୁ ବୁଧବାର ସ୍କୁଲ ବନ୍ଦ ରହିବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ । ସ୍କୁଲ ପରି ଆଜି କଲେଜ ଓ ସମସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ଏନେଇ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment