ଅନନ୍ୟ ଜନନାୟକ ସ୍ବର୍ଗତ ଭବାନୀ ପଟ୍ଟନାୟକଙ୍କ ଏକାଦଶ ଉପଲକ୍ଷେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଏକାଦଶ ଉପଲକ୍ଷେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର ସ୍ବାଧୀନତା ସଂଗ୍ରାମୀ ସଦନଠାରେ ପାଳନ ହୋଇଯାଇଛି । ସେ ନିଜ ଗାନ୍ଧି ବିଚାର ଧାରା ପାଇଁ ଏକ ସ୍ୱତନ୍ତ୍ର ପରିଚାୟର ଅଧିକାରୀ ହୋଇପାରିଥିଲେ ।
ଆଜି ସ୍ବର୍ଗତ ପଟ୍ଟନାୟକଙ୍କ ଏକାଦଶ ସଭାରେ ଓଡ଼ିଶାର ମହା ମହିମ ରାଜ୍ୟପାଳ ଗଣେଶ୍ରୀ ଲାଲ୍, ଓଡ଼ିଶା ବିଧାନ ସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ଅତନୁ ସବ୍ୟସାଚୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ର ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ଭୁବନେଶ୍ୱର ଉତ୍ତର ର ମାନ୍ୟବର ବିଧାୟକ ସୁଶାନ୍ତ ରାଉତ ତଥା ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବହୁ ବିଶିଷ୍ଟ ଗାନ୍ଧୀବାଦୀ ଓ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଜୀବନଧାରା ସମ୍ୱନ୍ଧରେ ପୁସ୍ତକ ଉନ୍ମୋଚିତ ହୋଇଥିଲା ।