ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ରାଜ୍ୟ ଘରୋଇ ବସ୍ ଧର୍ମଘଟ ସ୍ଥଗିତ । ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ । ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା । ସକାଳେ ସିଏମଓ ସହ ଘରୋଇ ବସ୍ ମାଲିକ ସଂଘର ହୋଇଥିଲା ଆଲୋଚନା ।
ଏହି ବୈଠକରେ 5T ସଚିବ ଭି.କେ ପାଣ୍ଡିଆନ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ୍ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସରକାର ସମସ୍ତ ଦାବି ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।