୩ ଛୁଆକୁ ମାରି କୂଅରେ ଫିଙ୍ଗିଦେଲା ବାପା

0

କୋଇଡା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୩ ଛୁଆକୁ ମାରି କୂଅରେ ଫିଙ୍ଗିଦେଲା ବାପା । ଏହିପରି ଅଘଟଣ କୋଇଡା କୁଲାମୁଣ୍ଡା ସାହିରେ ଘଟିଛି । ଗତକାଲି ପ୍ରଥମେ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବାକୁ ଉଦ୍ୟମ କରିବାରୁ ସେ ପ୍ରାଣ ରକ୍ଷା ନିମନ୍ତେ ଚାଲିଗଲେ ।

ମଦୁଆ ବାପା ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା ,ରାଜୁ ମୁଣ୍ଡା ଓ ଦୁଇ ମାସର ଝିଅକୁ ମାରି କୂଅରେ ପକାଇ ଥିବା ମାଆ ଅଭିଯୋଗ କରିଛି । ଅଗ୍ନିଶମ ବାହିନୀ ଶବ ଜବତ ପାଇଁ ଉଦ୍ୟମ ଚଳାଇଥିବା ବେଳେ ପୋଲିସ୍ ଖବର ପାଇ ଅଭିଯୁକ୍ତ ବାପାକୁ ଗିରଫ କରିବା ପାଇଁ ତଲାସ ଜାରି ରଖିଛି ।

Leave a comment