ରାଜ୍ୟରେ ଟିକା ସଂରକ୍ଷଣ ଭଣ୍ଡାର ସହ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଟିକା ସଂରକ୍ଷଣ ଭଣ୍ଡାର ସହ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ର ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ୪ଟି ଜିଲ୍ଲାରେ ୫ଟି ରକ୍ତ ସଂଗ୍ରହ ଯାନ ଲୋକାର୍ପିତ ହୋଇଛି । ସେହିପରି ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ ଲୋକାର୍ପିତ ହୋଇଛିି ।
ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇବାରେ ଅଧିକ ଲାଭଦାୟକ ହୋଇପାରିବ । ୫ଟି ରକ୍ତ ସଂଗ୍ରହ ଯାନ ମଧ୍ୟରୁ କେନ୍ଦୁଝର ପାଇଁ ଦୁଇଟି, ଅନୁଗୁଳ, ଝାରସୁଗୁଡ଼ା ଓ କନ୍ଧମାଳ ପାଇଁ ଗୋଟିଏ ସାମିଲ ରହିଛି । ଏବେ ରାଜ୍ୟରେ ୫୬ଟି ରକ୍ତଭଣ୍ଡାର ଓ ୧୪ଟି ମୋବାଇଲ ରକ୍ତ ସଂଗ୍ରହ ଯାନ ରହିଛି । ଆଗାମୀ ଦିନରେ ଆହୁରି ଅଧିକ ରକ୍ତ ସଂଗ୍ରହ ଯାନ ସାମିଲ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ।