ଅତ୍ୟାଧୁନିକ ମଲ୍ଟି ପର୍ପସ ଇଣ୍ଡୋର ଷ୍ଟାଡିଅମକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଶୁକ୍ରବାର କଟକରେ ଅତ୍ୟାଧୁନିକ ମଲ୍ଟି ପର୍ପସ ଇଣ୍ଡୋର ଷ୍ଟାଡିଅମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଭାସୀ ଜରିଆରେ ଏହି ଷ୍ଟାଡିଅମ ସମେତ ଫୁଟବଲ ଟ୍ରେନିଂ ସେଣ୍ଟରର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ମର୍କତ ନଗର ଠାରେ ନିର୍ମିତ ହୋଇଥିବା ଏହି ଷ୍ଟାଡିଅମରେ ଟେବୁଲ ଟେନିସ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି, ତା ସହିତ ଯୋଗ ଏବଂ ବ୍ୟାୟାମ ଅଭ୍ୟାସ ପାଇଁ ମଲ୍ଟି ଜିମର ସୁବିଧା ମଧ୍ୟ ରହିଛି।
ବିଶେଷ କଥା ହେଲା ଇଣ୍ଡୋର ଷ୍ଟାଡିଅମ ବାହାରେ ନିର୍ମିତ ହୋଇଛି ଅତ୍ୟାଧୁନିକ ହକି ଗ୍ରାଉଣ୍ଡ। ଯେଉଁଠି ହକି ଆଷ୍ଟ୍ରୋ ଟର୍ଫ ପ୍ରତିଷ୍ଠା ହୋଇଛି। ୫୮ ମିଟର ଚଉଡା, ୯୭ ମିଟର ଲମ୍ବ ଅଞ୍ଚଳରେ ବିଛା ଯାଇଛି ଟର୍ଫ। ଜର୍ମାନୀରୁ ଆସିଥିବା ଏହି ଟର୍ଫ ଲମ୍ବା ସମୟ ଧରି କାର୍ଯ୍ୟରେ ଲାଗି ପାରିବ, ଯାହା ଉପରେ ପାଣି ସିଞ୍ଚନ କରିବାର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ଟେବୁଲ ଟେନିସ ଲାଗି ୧୬ଟି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡର ଟେବୁଲ ରହିଛି। ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଦ୍ୱାରା ଏହା ପରିଚାଳିତ ହେବ।