‘ବିଏସ୍ଏଫ୍‘ ଆଇଜି ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳର (ବିଏସ୍ଏଫ୍) ଇନ୍ସ୍ପେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି।
ଓଡ଼ିଶାର ମୁଖ୍ୟ ସଚିବଙ୍କ ପାଖକୁ ଆସିଥିବା ଚିଠିରେ ଗୃହ ବ୍ୟାପାର ମନ୍ତ୍ରାଳୟ ଉଲ୍ଲେଖ କରିଛି ଯେ, ୧୯୯୩ ବ୍ୟାଚ୍ ଓଡ଼ିଶାର ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେସନ୍ ସୂତ୍ରରେ ଖାଲିଥିବା ‘ବିଏସ୍ଏଫ୍’ର ଆଇଜି ପଦବୀରେ ନିଯୁକ୍ତ କରାଯାଇଛି। ଦାୟିତ୍ବ ଗ୍ରହଣ କରିବା ଦିନରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିଂବା ଅନ୍ୟ ଆଦେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ନୂତନ ଦାୟିତ୍ବ ଗ୍ରହଣ କରିବା ନିମନ୍ତେ ସୁଶାନ୍ତ କୁମାରଙ୍କୁ ରିଲିଭ୍ କରିବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।