ତପସ୍ୱିନୀ ମାମଲାରେ ନୂଆ ମୋଡ଼, ଫେରାର୍ ନୁହେଁ ସାଙ୍ଗ ଘରେ ଅଛନ୍ତି ସୁମିତ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେରାର ହୋଇନାହାନ୍ତି ଡାକ୍ତର ସୁମିତ । ଅସୁସ୍ଥତା କାରଣରୁ ସାଙ୍ଗ ଘରେ ନେଉଛନ୍ତି ବିଶ୍ରାମ । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲଙ୍କ କାହାଣୀରେ ନୂଆ ମୋଡ଼ ନେଇଥିଲା । ଏକାକୀ ଛାଡ଼ି ସ୍ୱାମୀ ଡାକ୍ତର ସୁମିତ କୁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଡିମ୍ପଲ । ସୁମିତ ସାଙ୍ଗ ଘରେ ଥିବା ନେଇ ସୂଚନା ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲ । ସ୍ୱାମୀ କୋର୍ଟଙ୍କ ଅବମାନା କରିଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଦେହ ଖରାପ ହେଲେ ସାଙ୍ଗ ଘରେ ନୁହେଁ, ମେଡିକାଲରେ ରହିବା କଥା । ସେ କିଭଳି ସାଙ୍ଗ ଘରକୁ ଗଲେ । ପୂର୍ବରୁ କହୁଥିଲେ କୋର୍ଟ ନିର୍ଦ୍ଦେଶ ମାନିବି, ଏବେ କାହିଁକି ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।
ବିବାହକୁ ନେଇ ଡିମ୍ପଲଙ୍କ ଅଭିଯୋଗ ପରେ କୋର୍ଟ ପ୍ରଥମେ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କୋର୍ଟ ଆଉ ୭ ଦିନ ସମୟ ଦେଇଥିଲେ । ଆସନ୍ତା ୧୭ ତାରିଖ ଯାଏ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁମିତଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରିଥିଲେ ସ୍ତ୍ରୀ ଡିମ୍ପଲ । ପୋଲିସ ଉପସ୍ଥିତିରେ ସ୍କୁଟିରେ ସେ ଯାଇଥିବା ଡିମ୍ପଲ ଅଭିଯୋଗ କରିଛନ୍ତି ।

Leave a comment