ବାର୍ଡଫ୍ଲୁ କୁ ନେଇ କୁକୁଡା ଚାଷୀ ହତାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା କୃଷ୍ଟି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି)ରେ ବାରମ୍ବାର ବାର୍ଡ ଫ୍ଲୁ ଦେଖାଦେବା ଓ ଏଥିଯୋଗୁଁ ରାଜ୍ୟର କୁକୁଡାଚାଷୀମାନେ ସର୍ବସ୍ୱାନ୍ତ ହେଉଥିାବ ଯୋଗୁଁ ତୁରନ୍ତ ଏହି ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁକୁଡାଚାଷୀମାନେ ଦାବି କରୁଛନ୍ତି। ଏତିସହିତ ବାର୍ଡ ଫ୍ଲୁ ଯେଭଳି ରାଜଧାନୀ ବାହାରକୁ ନଯାଏ ସଥିପ୍ରତି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଲୋକଙ୍କୁ ଛାନିଆ ନକରିବା ପାଇଁ ଦାବି ହେଉଛି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ବାର୍ଡଫ୍ଲୁ କୁ ନେଇ ଯେଭଳି ଛାନିଆ କଲେଣି ତାହା କୁକୁଡା ଚାଷକୁ ବୁଡାଇବ । ଶହଶହ ଯୁବକ ବେକାର ହେବାର ସମ୍ଭାବନା ରହିଛି। ଅତୀତରେ ଜମେ ହେଲେବି କେହି ଏଥିରେ ମୃତ୍ୟୁବରଣ କରିନାହାଁନ୍ତି। ତେବେ ସରକାର ଯେଉଁଭଳି ଭାବରେ ପ୍ରଚାର ଚଳାଇଛନ୍ତି ତାହା ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବା ଅବସ୍ଥା ହେଲାଣି । ତେଣୁ ସରକାର ତୁରନ୍ତ ବାସ୍ତବ ସ୍ଥିତି ଜମାଇବାକୁ କୁକୁଡାଚାଷୀମାନେ ଦାବି କରିଛନ୍ତି। ସରକାର କୁକୁଡାଚାଷକୁ ଶିଳ୍ପ ଘୋଷମା କରିବା ପରେ ରାଜ୍ୟର ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକେ କୁକୁଡା ଚାଷ କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ଚଳୁଛି। ଫନି ପରେ ପରେ ରାଜ୍ୟ ସରକାର କୁକୁଡା ଚାଷକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ଏବେ ରାଜ୍ୟର ଅନ୍ୟ ଅଢ୍ଚଳ ତୁଳନାରେ ଉପକୂଳରେ ଚାଷୀମାନଙ୍କ ସଂଖ୍ୟା ସର୍ବାଧିକ। କୁକୁଡାଚାଷୀମାନଙ୍କ କହିବା କଥା ଓୟୁଟିରେ ବାର୍ଡ ଫ୍ଲୁ ଏକ ସାଧାରଣ କଥା।
ଏଠାରେ ଥିବା କୁକୁଡା ଗବେଷଣା କେନ୍ଦ୍ରର ଠିକଭାବେ ରକ୍ଷଣାବେକ୍ଷଣ ହେଉନଥିବାରୁ ବାହାର ପକ୍ଷୀଙ୍କ ମଳତ୍ୟାଗ ଯୋଗୁଁ ଏଭଳି ସଂକ୍ରମଣ ହେବାର ଲାଗିଛି। ସରକାର ସିନା କୁକୁଡାଙ୍କୁ ମାରିଦେବେ ହେଲେ କାଉ ବଗ, ଓ ଅନ୍ୟପକ୍ଷୀଙ୍କୁ ମାରିବେ କିପରି । ତେଣୁ ବାର୍ଡ ଫ୍ଲୁ ଘୋଷଣା ସହିତ ଅନ୍ତତଃ ପକ୍ଷେ ଯେଉଁସବୁ ଅଞ୍ଚଳ ସୁରକ୍ଷିତ ରହିଛି ଓ ସେଠାରେ କୁକୁଡା ମାଂସ ନିରାପଦରେ ଅଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଆବଶ୍ୟକ । ସରକାର ପ୍ରଥମେ ନିୟନ୍ତ୍ରଣାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ। ଏବଂ ରାଜ୍ୟର କୁକୁଡା ଚାଷ ବୁଡାଇବାକୁ ନିବୃତ ରୁହନ୍ତୁ। ନହେଲେ ଖାଲି ଉପକୂଳ ନୁହେଁ ବରଂ ସମଗ୍ର ରାଜ୍ୟରେ ହଜାରହଜାର ଚାଷୀ ବେକାର ହୋଇଯିବେ ।