ରାଜ୍ୟ ବିଜେପି ସଭାପତି ହୋଇପାରନ୍ତି ସମୀର ମହାନ୍ତି

ଓଡିଶା ଫାଷ୍ଟ (ବ୍ୟୁରୋ) : ରାଜ୍ୟ ବିଜେପିର ସଭାପତି କିଏ ହେବ ସେନେଇ ବହୁଦିନର ଅପେକ୍ଷା ଥିଲା । ତାହାର ଅନ୍ତ ଘଟିଛି। ବରିଷ୍ଠ ନେତା ସମୀର ମହାନ୍ତି ସଭାପତି ହେବାନେଇ ସବୁଜ ସଙ୍କେତ ମିଳିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଆଜି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ସହମତିି ଭିତ୍ତିରେ ସମୀରମହାନ୍ତି ନାମାଙ୍କନପତ୍ର ଦାଖଲ କରିଥିବାରୁ ସେ ହିଁ ସଭାପତି ହେବେ ବୋଲି ଆଲୋଚନା ହେଉଛି। ଯଦି ଏପରି ହୁଏ ତେବେ ସଭାପତି ହେବାକୁ ଆଶା ରଖିଥିବା ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ଅନ୍ୟ ଆଶାୟୀମାନଙ୍କୁ ନିରାଶ ହେବାକୁ ପଡ଼ିପାରେ। ଗତକାଲି ପୃଥ୍ୱୀରାଜ ସଭାପତି ହେବାନେଇ ଚର୍ଚ୍ଚ ଜୋର ଧରିଥିଲା ।