ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । 5ଟି ସଚିବଙ୍କ ସହ ପରିବାର ପୁରୀ ଯାଇ କାଳିଆଙ୍କୁ ଦର୍ଶନ କରିବା ସହ ପରିବାର ଓ ଓଡିଶାବାସୀଙ୍କ ମଂଗଳ କାମନା କରିଥିବା ସାମ୍ବାଦିକ ମାନଙ୍କୁ କହିଛନ୍ତି.
ସୂଚନାଥାଉ କି, ଶନିବାର ସକାଳୁ ସକାଳୁ ସପରିବାର ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ।