159 ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା SP
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସପି) 159 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କରହଲ ନିର୍ବାଚନ ମଣ୍ଡଳୀରୁ ଦଳ ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଅବଦୁଲ୍ଲା ଆଜାମ ଖାନଙ୍କୁ ସୁଆର ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଛି । ସେହିପରି ସପାର ଅନ୍ୟ ଜଣେ ବରିଷ୍ଠ ନେତା ଆଜମ ଖାନ ରାମପୁର ନିର୍ବାଚନ ମଣ୍ଡଳୀ ଓ ଶିବପାଲ ସିଂ ଯାଦବଙ୍କୁ ଜଶୋବନ୍ତନଗର ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି ସପା । ଫେବୃଆରୀ 10 ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ମୋଟ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ । ବର୍ତ୍ତମାନ ବିଜେପି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ କ୍ଷମତାରେ ଥିବା ବେଳେ ଅଖିଳେଶଙ୍କ ନେତୃତ୍ବଧୀନ ସମାଜବାଦୀ ପାର୍ଟି ବିରୋଧୀ ଦଳ ଭୂମିକାରେ ରହିଛି । ଚଳିତ ବର୍ଷ ସପା ବିଜେପିକୁ ହଟାଇ କ୍ଷମତାକୁ ଫେରିବା ନେଇ ଦଳ ମୁଖ୍ୟ ଅଖିଳେଶ ଦମ୍ଭୋକ୍ତି ଦେଖାଇ ଆସୁଛନ୍ତି ।