ପୁଣିଥରେ ସୋନିଆ ଗାନ୍ଧିଙ୍କୁ ଇଡିର ସମନ

0

ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସମନ କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍‌ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା। ଯାହା ଜୁଲାଇ ୨୨ରେ ସରିବାର ଥିଲା।

ଇତିମଧ୍ୟରେ ପୁଅ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖିନ ହୋଇସାରିଛନ୍ତି। ତେବେ ଉଭୟ ମା ଏବଂ ପୁଅଙ୍କୁ ଇଡିର ସମନକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ତୀବ୍ର ବିରୋଧ କରାଯାଇଥିଲା। ଏମିତିକି ରାହୁଲ ଗାନ୍ଧି ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା।

Leave a comment