ବାଲିହରଚଣ୍ଡୀ ପୀଠରେ ଷୋଡ଼ଶ ପୂଜା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ପୁରୀର ବାଲିହରଚଣ୍ଡୀ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶପୂଜା। ଗତକାଲି ମଧ୍ୟରାତ୍ରିରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ମୂଳାଷ୍ଟମୀଠାରୁ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି।ରୀତିନୀତି ମୁତାବକ ୧୦୮ ଗରା ଜଳରେ ମହାସ୍ନାନ ପରେ ଘଟ ପ୍ରତିଷ୍ଠା, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ପରେ ଅଖଣ୍ଡ ସ୍ଥାପନ ଓ ଚଣ୍ଡୀପାଠ ଆଦି କରାଯାଇଛି । ପ୍ରତିଦିନ ପୀଠରେ ଦୁଇଥର ଚଣ୍ଡୀପାଠ କରିବାର ବିଧି ରହିଛି। ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ।ଚଳିତ ବର୍ଷ ଯୋଡ଼ା ଅଶ୍ୱୀନ ପଡୁଥିବାରୁ ୧୬ ଦିନ ପରିବର୍ତ୍ତେ ୪୬ ଦିନ ଧରି ପୂଜା କରାଯିବ। କୋଭିଡ୍ କଟକଣା ଅନୁସାରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ । ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ।

Leave a comment