ଜିଲ୍ଲା ଦାୟିତ୍ୱରେ ବିଜେଡିର ୭ନେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ ଦଳର ସୁପ୍ରିମୋ ୭ ଜଣ ନେତାଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ନେତା ମାନଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ୭ ଜଣ ନେତାଙ୍କୁ ସଭ୍ୟ ସଂଗ୍ରହ ଅଭିଯାନର ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି । ସେମାନେ ହେଲେ :

* ବିଜେଡିର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ – ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡା, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଜେଡିର ରାଜ୍ୟ ମୁଖପାତ୍ର ପ୍ରତାପ କେଶରୀ ଦେବ – କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଓ କନ୍ଧମାଳ ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା – କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ ଗଜପତି ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର – ଅନୁଗୁଳ, ଢେଙ୍କାନାଳ ଏବଂ କଟକ ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଧାୟିକା ପ୍ରମିଳା ମଲ୍ଲିକ – ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଜେଡି ଯୁବ ନେତା ପ୍ରଣବ ପ୍ରକାଶ ଦାସ – ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ର ଦାୟିତ୍ୱ ପ୍ରଦାନ କରାଯାଇଛି ।

* ବିଜେଡ଼ି ବରିଷ୍ଠ ନେତା ପ୍ରଦୀପ କୁମାର ପାଣିଗ୍ରାହୀ – ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଦାୟିତ୍ୱ ପ୍ରଦାନ କରାଯାଇଛି ।

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଗତ ୨ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ନମ୍ବର ସଂଯୋଗକୁ ପ୍ରାଧାନ୍ୟ ଦିଆଯାଇଛି । ବିଜେଡିର ବର୍ତ୍ତମାନ ସଦସ୍ୟ ୪୭ ଲକ୍ଷ ଥିବା ବେଳେ ଆଗାମୀ ଦିନରେ ଏହାକୁ ଦ୍ୱିଗୁଣିତ କରିବାକୁ ବିଜେଡି ଲକ୍ଷ ରଖିଛି ।

Leave a comment